ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ, ବଜରଙ୍ଗ ଦଳର ୪ଜଣ ଯୁବକଙ୍କୁ ଅଟକ ରଖିଲା ପୋଲିସ

ବାଲେଶ୍ବର(ବଡ଼ ଖବର ବ୍ୟୁରୋ):  ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ ହୋଇଥିଲା । ଗୋସୁରକ୍ଷାକାରୀ ବଜରଙ୍ଗ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଥିଲା ବସ୍ତା ପୋଲିସ । ଏହାର ପ୍ରତିବାଦରେ ଗତକାଲି ରାତିରୁ ସ୍ଥାନୀୟ ଲୋକ କମର୍ଦ୍ଦା ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ । ବାଲେଶ୍ବର ଏସିପି ସାଗରିକା ନାଥଙ୍କ ସହ ଫୋନରେ ଆଲୋଚନା ପରେ ରାସ୍ତାରୋକ ହଟିଥିଲା । ସୂଚନା ମୁତାବକ ବାଲିଆପାଳ- କମର୍ଦ୍ଦା ରାସ୍ତା ର ଉଲୁଡା ତାରିଣୀ ଛକ ନିକଟରେ ଗତ କାଲି ପଶ୍ଚିମବଙ୍ଗ କୁ ୩ ଟି ପିକଅପ ଭ୍ୟାନ ରେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହେଉଥିଲା । ଏହାର ଖବର ପାଇ ଗୋ ପ୍ରେମୀ ମାନେ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହିତ ସମସ୍ତ ଗୋରୁଙ୍କୁ ଉଦ୍ଧାର କରିଥିଲେ।

ଏଭଳି ଭାବେ ପିକଅପ ରେ ଗୋରୁ ଲଦା ହୋଇଥିବା ଲୋକ ମାନେ ଦେଖିବା ପରେ ଗୋରୁ ଉଦ୍ଧାର କରି ଦୁଇଟି ପିକଅପ କୁ ନିଆଁ ଲଗାଇ ଦେଇଥିଲେ। ଯେଉଁ ଘଟଣାର ତଦନ୍ତ କରି ପୋଲିସ ମଧ୍ୟରାତ୍ରି ରେ ୪ ଜଣଙ୍କୁ ଉଠାଇ ନେଇଥିଲା । କିନ୍ତୁ ଗୋ ଚାଲାଣ କାରୀଙ୍କ ଉପରେ କୈଣସି କାର୍ୟ୍ୟନୁଷ୍ଠାନ ନ ନେଇ ଗୋ ମାତାଙ୍କୁ ଉଦ୍ଧାର ରେ ଲାଗିଥିବା ଯୁବକଙ୍କୁ କାହିଁକି ପୋଲିସ ଉଠାଇ ନେଉଛି, ତାର ପ୍ରତିବାଦ ରେ କମର୍ଦ୍ଦା ଥାନା କୁ ଘେରାଉ କରିବା ସହିତ ରାସ୍ତା ଅବରୋଧ କରିଥିଲେ । ଏସିପି ସାଗରିକା ନାଥ ଏ ଘଟଣାକୁ ନେଇ ଆଲୋଚନା କରିବାର ପ୍ରତିଶୃତି ଦେବା ପରେ ଥାନା ଘେରାଉ ବନ୍ଦ ସହିତ ରାସ୍ତା ରୋକ ହଟିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!