Masthead

ବ୍ଲକଶିକ୍ଷାଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ନରସିଂହପୁର(ବଡ଼ ଖବର ବ୍ୟୁରୋ): ଆମକୁ କନକ ଦିଦି ଦରକାର । ଏହି ଦାବିରେ ନରସିଂହପୁର କାଞ୍ଜିଆପଦାରେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ । ନରସିଂହପୁର କାଞ୍ଜିଆପଦା ସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନେଇ ଘେରିଲେ ଗ୍ରାମବାସୀ। ଆମକୁ କନକ ଦିଦି ଦରକାର ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ ।

କାଞ୍ଜିଆପଦା ସ୍କୁଲ ମଙ୍ଗଳବାର ଠାରୁ ୮ ଦିନ ପର୍ୟ୍ୟନ୍ତ ବନ୍ଦ ରହିଛି। ବ୍ଲକ ଶିକ୍ଷା ଅଧିକାରୀ ସୌମ୍ୟାଶ୍ରୀ ପଣ୍ଡା ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଘଟଣସ୍ଥଳକୁ ଆସିଥିଲେ। ଆଇନି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କାନପୁର ପୋଲିସ ଘଟଣା ସ୍ଥଳରେ ମଧ୍ୟ ଉପସ୍ଥିତ ଥିଲା ।

ଯେ ପର୍ୟ୍ୟନ୍ତ ସ୍କୁଲକୁ ଶିକ୍ଷକ ନ ଆସିଛନ୍ତି ସେ ପର୍ୟ୍ୟନ୍ତ ସ୍କୁଲ ବନ୍ଦ କରି ରାଜରାସ୍ତାରେ ଆନ୍ଦୋଳନ ଜୋର କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ମିଶ୍ର ଜାଣିଶୁଣି କାଞ୍ଜିଆପଦା ସ୍କୁଲରୁ କନକ ଦିଦିଙ୍କୁ ଅନ୍ୟତ୍ର ବଦଳି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ