Masthead

ଯଦି ମଣିଷ ବ୍ଲାକ ହୋଲରେ ପଡିଯାଏ, ତେବେ କ’ଣ ହେବ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାକାଶରେ ବ୍ଲାକ ହୋଲକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସିଥାଏ । ତେବେ କ’ଣ ଏହି ବ୍ଲାକ ହୋଲ? କ’ଣ ରହିଛିି ଏହା ଭିତରେ? ଏନେଇ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଅନୁସନ୍ଧାନ କରିଥାନ୍ତି । ବ୍ଲାକ ହୋଲ ବ୍ରହ୍ମାଣ୍ଡର ଏପରି ଏକ ତତ୍ୱ ଯେଉଁଥିରେ ସବୁକିଛି ଲୀନ ହୋଇଯିବାର କ୍ଷମତା ରହିଛି । ଏପରିକି ଏହାର ଆଁରେ ଲକ୍ଷ ଲକ୍ଷ ସୂର୍ଯ୍ୟ ମିଳେଇଯିବାର କ୍ଷମତା ରହିଛି । ଏହି ହୋଲ ପାଖରେ ଏକ ସକ୍ରିୟ କ୍ଷେତ୍ର ରହିଛି ଯାହାକୁ ଇଭେଂଟ ହୋରାଇଜନ କୁହାଯାଏ । ଏହି ଇଭେଂଟ ହୋରାଇଜନ ସାହାଯ୍ୟରେ ବ୍ଲାକ ହୋଲର ଉପସ୍ଥିତି ଅନୁଭବ କରାଯାଇଥାଏ । ତେବେ ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯଦି ମଣିଷ ଏହି ବ୍ଲାକ ହୋଲରେ ପଡିଯାଏ, ତେବେ କ’ଣ ହେବ? ବ୍ଲାକ ହୋଲ ଗଭୀର ହୋଇଥାଏ ।

ଏହି ଖାଲରେ ଆଲୋକ ମଧ୍ୟ ନଥାଏ । ଏବଂ ଏହାର ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ଯଥେଷ୍ଟ ଅଧିକ ରହିଛି । ଏହାର ଚାରି ପାଖରେ ଏକ ଡିସ୍କ କିମ୍ବା ଚକ୍ର ପରି ଏକ ଜିନିଷ ଥାଏ । ଯାହା ବହୁତ ଗରମ ହୋଇଥିବା ବେଳେ ବେଶ ଚମକ ବି ଥାଏ । ଯଦି କୌଣସି ମଣିଷ ଏହି ବ୍ଲାକ ହୋଲ ଦେଖିବାକୁ ଯାଏ, ତେବେ ଏକ ଜେଟପ୍ୟାକର ସ୍ପେଶ ସୁଟ ପିନ୍ଧି ଆଗକୁ ଯିବାକୁ ହେବ । ବ୍ଲାକ ହୋଲରେ ପ୍ରବେଶ କରିବା ମାତ୍ରେ ଏହାର ମାଧ୍ୟାକର୍ଷଣ ଶକ୍ତି ନିଜ ଆଡକୁ ଟାଣିବାରେ ଲାଗିଥାଏ ।

ଧିରେ ଧିରେ ଏହି ଶକ୍ତି ମଣିଷକୁ ଆଘାତ ଦେଇଥାଏ । ମଣିଷ ଯେତେ ଭିତରକୁ ଯାଇଥାଏ, ଆଘାତ ସେତେସେତେ ବଢିଥାଏ । ଧିରେ ଧିରେ ଶରୀରର ଅଙ୍ଗ ବାହାରି ଯାଇଥାଏ । ଅର୍ଥାତ ଏହି ବ୍ଲାକ ହୋଲକୁ ଯଦି ମଣିଷ ଯାଏ ତେବେ ମୃତୁ୍ୟ ସୁନିଶ୍ଚିତ । ମହାକାଶଚାରୀମାନେ ମଧ୍ୟ ଏହି ଗର୍ତ୍ତ ମଧ୍ୟକୁ ଯିବାକୁ ନିଜକୁ ଦୂରେଇ ରଖନ୍ତି ।

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା