Masthead

ଯଦି ମଣିଷ ବ୍ଲାକ ହୋଲରେ ପଡିଯାଏ, ତେବେ କ’ଣ ହେବ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାକାଶରେ ବ୍ଲାକ ହୋଲକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସିଥାଏ । ତେବେ କ’ଣ ଏହି ବ୍ଲାକ ହୋଲ? କ’ଣ ରହିଛିି ଏହା ଭିତରେ? ଏନେଇ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଅନୁସନ୍ଧାନ କରିଥାନ୍ତି । ବ୍ଲାକ ହୋଲ ବ୍ରହ୍ମାଣ୍ଡର ଏପରି ଏକ ତତ୍ୱ ଯେଉଁଥିରେ ସବୁକିଛି ଲୀନ ହୋଇଯିବାର କ୍ଷମତା ରହିଛି । ଏପରିକି ଏହାର ଆଁରେ ଲକ୍ଷ ଲକ୍ଷ ସୂର୍ଯ୍ୟ ମିଳେଇଯିବାର କ୍ଷମତା ରହିଛି । ଏହି ହୋଲ ପାଖରେ ଏକ ସକ୍ରିୟ କ୍ଷେତ୍ର ରହିଛି ଯାହାକୁ ଇଭେଂଟ ହୋରାଇଜନ କୁହାଯାଏ । ଏହି ଇଭେଂଟ ହୋରାଇଜନ ସାହାଯ୍ୟରେ ବ୍ଲାକ ହୋଲର ଉପସ୍ଥିତି ଅନୁଭବ କରାଯାଇଥାଏ । ତେବେ ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯଦି ମଣିଷ ଏହି ବ୍ଲାକ ହୋଲରେ ପଡିଯାଏ, ତେବେ କ’ଣ ହେବ? ବ୍ଲାକ ହୋଲ ଗଭୀର ହୋଇଥାଏ ।

ଏହି ଖାଲରେ ଆଲୋକ ମଧ୍ୟ ନଥାଏ । ଏବଂ ଏହାର ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ଯଥେଷ୍ଟ ଅଧିକ ରହିଛି । ଏହାର ଚାରି ପାଖରେ ଏକ ଡିସ୍କ କିମ୍ବା ଚକ୍ର ପରି ଏକ ଜିନିଷ ଥାଏ । ଯାହା ବହୁତ ଗରମ ହୋଇଥିବା ବେଳେ ବେଶ ଚମକ ବି ଥାଏ । ଯଦି କୌଣସି ମଣିଷ ଏହି ବ୍ଲାକ ହୋଲ ଦେଖିବାକୁ ଯାଏ, ତେବେ ଏକ ଜେଟପ୍ୟାକର ସ୍ପେଶ ସୁଟ ପିନ୍ଧି ଆଗକୁ ଯିବାକୁ ହେବ । ବ୍ଲାକ ହୋଲରେ ପ୍ରବେଶ କରିବା ମାତ୍ରେ ଏହାର ମାଧ୍ୟାକର୍ଷଣ ଶକ୍ତି ନିଜ ଆଡକୁ ଟାଣିବାରେ ଲାଗିଥାଏ ।

ଧିରେ ଧିରେ ଏହି ଶକ୍ତି ମଣିଷକୁ ଆଘାତ ଦେଇଥାଏ । ମଣିଷ ଯେତେ ଭିତରକୁ ଯାଇଥାଏ, ଆଘାତ ସେତେସେତେ ବଢିଥାଏ । ଧିରେ ଧିରେ ଶରୀରର ଅଙ୍ଗ ବାହାରି ଯାଇଥାଏ । ଅର୍ଥାତ ଏହି ବ୍ଲାକ ହୋଲକୁ ଯଦି ମଣିଷ ଯାଏ ତେବେ ମୃତୁ୍ୟ ସୁନିଶ୍ଚିତ । ମହାକାଶଚାରୀମାନେ ମଧ୍ୟ ଏହି ଗର୍ତ୍ତ ମଧ୍ୟକୁ ଯିବାକୁ ନିଜକୁ ଦୂରେଇ ରଖନ୍ତି ।

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି