Masthead

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁହାର ଅପରିବର୍ତ୍ତୀତ

ଭୂବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଖସୁଛି କରୋନା ଗ୍ରାଫ । ଦୀର୍ଘମାସ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଥିବା ବେଳେ ଏବେ ଏଥିରେ ସୁଦ୍ଧାର ଆସିଛି । କିଛିଦିନ ହେବ ୪ହଜାରରୁ ଉପରେ ରହୁଥିବା କରୋନା ଗ୍ରାଫ ଏବେ ତଳମୁହାଁ ହେବାରେ ଲାଗିଛି । ଦିନକରେ ରାଜ୍ୟରେ ଦୁଇ ହଜାରରୁ କାମ ଆକ୍ରାନ୍ତ ଚହିହ୍ନଟ ହୋଇଛନ୍ତି ।

ଆଜି ରଜ୍ୟରେ ରାଜ୍ୟରେ ୨୪୭୦ ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୫୬ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ୮୨୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସୁଧାର ଆସିଛି । ଆଜି ଖୋର୍ଦ୍ଦା ଜିଲ୍ଲାରୁ ୩୦୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ କଟକରୁ୧୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି । ସେହିପରି ଅନୁଗୁଳରୁ ୧୧୯ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱରରୁ ୮୬, ବରଗଡ଼ରୁ୪୬, ଭଦ୍ରକରୁ୬୩, ବଲାଙ୍ଗୀରରୁ ୮୮, ବୌଦ୍ଧରୁ ୧୧, ଦେବଗଡ଼ ୧୪, ଢେଙ୍କାନାଳ ୫୫, ଗଜପତି ୧୦, ଗଞ୍ଜାମ ୨୪, ଜଗତସିଂହପୁର ୫୫, ଯାଜପୁର ୮୬, ଝାରସୁଗୁଡ଼ା ୫୦, କଳାହାଣ୍ଡି ୪୩, କନ୍ଧମାଳ ୨୩, କେନ୍ଦ୍ରାପଡ଼ା ୬୫ , କେନ୍ଦୁଝର ୫୯, କୋରାପୁଟ ୪୨, ମାଲକାନଗିରି ୪୧, ମୟୂରଭଞ୍ଜ ୧୦୭, ନବରଙ୍ଗପୁର ୫୨ , ନୟାଗଡ଼ ୩୩, ନୁଆପଡ଼ା ୩୭, ପୁରୀ ୭୨, ରାୟଗଡ଼ା ୧୦, ସମ୍ବଲପୁର ୩୮, ସୋନପୁର ୪୫, ସୁନ୍ଦରଗଡରୁ ୯୮ ଓ ଷ୍ଟେଟ୍ ପୁଲରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨,୭୦,୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨,୪୬,୮୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତାମାନ ସୁଦ୍ଧା ୨୨,୩୦୪ଜଣ ଚିକିତ୍ସାଧୀନ ଅଛନ୍ତି । ଏଯାବତ ରାଜ୍ୟରେ ମୋଟ ୪୦,୮୨,୦୬୩ଟି ନମୁନା ପରିକ୍ଷା କରାଯାଇଛି ।

ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଆସୁଥିବେ ବେଳେ ମୃତକଙ୍କ ସଂଖ୍ୟାରେ କିନ୍ତୁ ସୁଧାର ଆସିପାରିନାହିଁ । ଆଜି ମଧ୍ୟ କାରଣରୁ ୧୭ଜଣଙ୍କ ପ୍ରାଣ ଯାଇଛି ।ଏହାକୁ ମିଶାଇ ରଜ୍ୟରେ ୧୧୫୨ଜଣଙ୍କ ଜୀବନ ନେଲାଣି ମହାମରୀ କରୋନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି