Masthead

ଯାହା ଦେଶର ଲୋକମାନେ ଭୟରେ କହିପାରିଲେ ନାହିଁ ତାହା ଭଗବାନ କହିଦେଲେ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀକୁ ନେଇ ରାଜସ୍ଥାନରେ ଏକ ରାଲିରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ବର୍ଷା ପରେ ଭରତ ମଣ୍ଡପମ ଜଳ ଭର୍ତ୍ତିକୁ ନେଇ ପ୍ରିୟଙ୍କା ତାଙ୍କ ସମ୍ବୋଧନରେ ସେମାନଙ୍କୁ ‘ଜି୨୦’ ବୋଲି କହିଛନ୍ତି । ସେ କହିଛନ୍ତି, ମୁଁ ଦେଖିଲି ଜି -୨୦ ସ୍ଥାନ ଜଳମଗ୍ନ ହୋଇଛି। ଭରତ ମଣ୍ଡପମ ଜଳମଗ୍ନ ହେବା ପରେ ମୁଁ ଭାବିଲି ଯେ ବିଜେପି ସରକାର ଅଧିକ ଗର୍ବ ନକରିବା ପାଇଁ ଭଗବାନ ଏପରି କାର୍ଯ୍ୟ କରିଛନ୍ତି।

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବିଲି ଯେ ଭୟ କାରଣରୁ ଦେଶର ଲୋକମାନେ ଯାହା କହିପାରିବେ ନାହିଁ, ଭଗବାନ ନିଜେ କହିଛନ୍ତି ଯେ ଏତେ ଗର୍ବ କର ନାହିଁ । ଏହି ଦେଶ ତୁମକୁ ସବୁ ଦେଇଛି, ତେଣୁ ଦେଶ ଏବଂଦେଶର ଲୋକଙ୍କୁ ସବୁ ଜିନିଷରେ ଆଗରେ ରଖ। ଯାହାକୁ ନେଇ କାଉଣ୍ଟର ଆଟାକ କରିଛନ୍ତି ବିଜେପି ନେତା ଶେହଜାଦ ପୁନାୱାଲା ।

https://x.com/Shehzad_Ind/status/1701107508180619421?s=20

ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଲେଖିଛନ୍ତି ଏହି କାର୍ଯ୍ୟକ୍ରମ ତାଙ୍କର ନା ‘ସେମାନଙ୍କର’ ନା ଏହା ଭାରତର? କେବଳ ଏତିକି ନୁହେଁ ପୁନାୱାଲା ଆହୁରି ମଧ୍ୟ କହିଛନ୍ତି ଯେ ଏହା ହେଉଛି ତାଙ୍କ ପରିବାରର ମାନସିକତାର ସମସ୍ୟା । ଯାହା ସର୍ବଦା ବିଶ୍ୱାସ ରଖେ ଯେ ଯାହା ଦେଶର ଅଟେ ତାହା ତାଙ୍କ ପରିବାରର ଅଟେ । ସେ କେବଳ ଏହାକୁ ପ୍ରକାଶ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ, ଅନଲାଇନ୍ ଚାଳକଙ୍କ ଆନ୍ଦୋଳନରେ ଲାଠିଚାର୍ଜ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ, ଅନଲାଇନ୍ ଚାଳକଙ୍କ ଆନ୍ଦୋଳନରେ ଲାଠିଚାର୍ଜ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର