Masthead

ଉପାନ୍ତ ଅଞ୍ଚଳରେ ଚାଲିଚାଲି ସ୍ୱାସ୍ଥ୍ୟ ସେବା ଯୋଗାଇଲେ ସ୍ୱାସ୍ଥ୍ୟ ଟିମ୍

ରାଇଘର(ବଡ଼ ଖବର ବ୍ୟୁରୋ)  ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଗ୍ରାମ ଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି।ବିଶେଷ କରି ବର୍ଷା ଦିନ ମାନଙ୍କରେ ରାସ୍ତା ନଥିବା ଗ୍ରାମ ଗୁଡିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ। ଝରିଗାଁ ବ୍ଳକରେ ଇନ୍ଦ୍ର ଧନୁସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ ଝରିଗାଁ ବ୍ଲକ ଚକଲାପଦର ପଂଚୟତ ଅନ୍ତର୍ଗତ ଜାମକୋଟ ଗ୍ରାମକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାହାରିଥିଲେ।ତେବେ ଜାମକୋଟ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ଗାଡି ଭିତରକରମରି ଗ୍ରାମ ପର୍ଯ୍ୟନ୍ତ ଯାଇ ସେଠାରେ ରହିଯାଇଥିଲା।

ଶେଷରେ ସ୍ୱାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ଡାକ୍ତର ସନ୍ତୋଷ ପ୍ରଧାନ,ଜାନକୀ ଟାକିରୀ,ପ୍ରିୟଙ୍କା ପୂଜାରୀ ଏବଂ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଭିତରକରମରି ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ଦୂର ଔଷଧ ବହି ପାଦ ଚଲା ରାସ୍ତାରେ ପାହାଡ଼ ଏବଂ ଦୁଇଟି ନାଳ ଦେଇ ଜାମକୋଟ ଗ୍ରାମ ପହଁଚି ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ। ଗ୍ରାମର ୩୦ ଜଣ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ତେବେ କୌଣସି ଲୋକଙ୍କ ନିକଟରେ ମ୍ୟାଲେରିଆ ବାହାରି ନଥିଲା। ସେହିପରି ୪ ଜଣ ଗର୍ଭବତୀ ମହିଳାଙ୍କୁ ଦ୍ଵତୀୟ ଟୀକା ଦେବା ସହ ୩ ଜଣ ଶିଶୁଙ୍କୁ ଟୀକା କରଣ କରିଥିଲେ।ପରେ ପୁଣି ଥରେ ତିନି କିଲୋମିଟର ଦୂର ଚାଲି ଚାଲି ଭିତରକରମରି ଗ୍ରାମ ଆସିବା ପରେ ଗାଡ଼ିରେ ଝରିଗାଁ ଫେରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ