Masthead

ସରକାରୀ ଯୋଜନା କାହା ପାଇଁ ?

ବରୀ, (ବଡ଼ ଖବର ବ୍ୟୁରୋ): ବରୀରେ ଚେଇଁ ଶୋଇଛି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ । କେବଳ ନା’ କୁ ମାତ୍ର ଖୋଲୁଛି ଅଫିସ୍ କିନ୍ତୁ ହେଉନି କାର୍ୟ୍ୟାଳୟ କାର୍ୟ୍ୟ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦ ପଞ୍ଚାୟତ ର ପଣ୍ଡା ସାହି ଗ୍ରାମର ପିତାମ୍ବର ସାହୁଙ୍କ ପତ୍ନୀ ସାବିତ୍ରୀ ସାହୁଙ୍କ ନିକଟରୁ। ଗତ ୬ ବର୍ଷ ହେବ ସେ ସରକାରଙ୍କ ସାମାଜିକ ବିଭାଗ କୁ ଭତ୍ତା ଟିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହେଲେ କେହି ଶୁଣୁନାହାନ୍ତି ଦୁଃଖିନୀ ସାବିତ୍ରୀଙ୍କ ଦୁଃଖ। ସବୁଠାରୁ ବଡ଼ କଥା ହେଲେ ସାବିତ୍ରୀଙ୍କ ପଞ୍ଚାୟତ ଅରଙ୍ଗାବାଦ ପଞ୍ଚାୟତର କାର୍ୟ୍ୟାଳୟ ଠାରୁ ୩୦୦ ମିଟର ଦୂରରେ ସାବିତ୍ରୀଙ୍କ ଘର । ବାରମ୍ବାର ଦରଖାସ୍ତ କରି ଦୌଡି ଦୌଡି ନୟାନ୍ତ ସାବିତ୍ରୀଙ୍କ ପତି ପିତାମ୍ବର । ହେଲେ ଏମାନଙ୍କ ଦୁଃଖ କେହି ଶୁଣିବାକୁ ନାରାଜ । ଏପରିକି ବରୀ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜଣ ଶୁଣାଣି କାର୍ୟ୍ୟକ୍ରମକୁ ଯାଇ ଗୁହାରି କରିଥିଲେ ମଧ୍ୟ ଖଣ୍ଡେ କାଗଜ ଧରାଇ ନୀରବ ବସିଛି ପ୍ରଶାସନ। ଭତ୍ତାରୁ ବଞ୍ଚିତ ହୋଇ ଦୁଃଖ ଦୁର୍ଦ୍ଦଶାରେ ପଡି ରହିଛନ୍ତି ପିତାମ୍ବରଙ୍କ ପତ୍ନୀ ସାବିତ୍ରୀ।

ସାବିତ୍ରୀଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଘରେ ତାଙ୍କର ଦୁଇଟି ଝିଅ । ସବୁଠାରୁ ବଡ଼ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ବରୀ ବ୍ଲକରେ ପ୍ରତିବର୍ଷ ଶହ ଶହ ଭତ୍ତା ବଣ୍ଟନ ହେଉଛି । ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନାର ବାଃ ବାଃ ନେଉଛନ୍ତି ହେଲେ ସାବିତ୍ରୀଙ୍କ ପ୍ରତି ଏଭଳି ଉଦାସୀନତା କଣ ପାଇଁ ବୋଲି କୋହଭରା କଣ୍ଠରେ କହିଛନ୍ତି ସବିତ୍ରୀ। ଗରିବ ଲୋକଙ୍କ ପାଇଁ ପୂଳା ପୁଳା ଯୋଜନା କରିଥିବା ରାଜ୍ୟ ସରକାର ଓ ପ୍ରଶାସନ କେବେ ଶୁଣିବ ଭିନ୍ନକ୍ଷମ ସାବିତ୍ରୀଙ୍କ ଦୁଃଖ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ୬୫ ପ୍ରତିଶତର ଭିନ୍ନକ୍ଷମ ସାର୍ଟିଫିକେଟ ପାଇ ମଧ୍ୟ କେଉଁ କାରଣରୁ ଭତ୍ତା ହୋଇପାରିନାହିଁ ବୋଲି ଅରଙ୍ଗାବାଦ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ତେବେ ପରିଶେଷରେ କେବେ ମିଳିବ ସରକାରୀ ସହାୟତା ତାହାକୁ ଚାତକ ପରି ଅନାଇ ବସିଛନ୍ତି ସାବିତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା