ଆଜି ସୁରୁଖୁରୁରେ ଚାଲିବ ତ ଗୃହ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାର ଚତୁର୍ଥ ଦିନ । ଆଜି ବି ଗୃହରେ ହୋଇପାରେ ହଟ୍ଟଗୋଳ । ସୋମବାର ପରି ମଂଗଳବାର ବି ବିଧାନସଭାରେ ଜାରିରହିଥିଲା ଅଚଳାବସ୍ଥା । ବିଜେପି ସମାନ ପ୍ରସଙ୍ଗକୁ ଧରି ଥିବାବେଳେ ବିଜେଡି ଏନଏଚ ପରେ ଏମଏସପିକୁ ଅସ୍ତ୍ର କରିଛି । ପ୍ରଥମେ ପ୍ରଶ୍ନୋତ୍ତର କାର୍ଯ୍ୟ ହୋଇପାରି ନ ଥିଲା । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିଅମ ସାମ୍ନାକୁ ଆସି ନାରାବାଜି କରିଥିଲେ । ବିରୋଧୀ ଦଳ ସଦସ୍ୟ ଆଣୁଥିବା ପ୍ରଶ୍ନ ଗୁଡିକ ରିଜେକ୍ଟ କରାଯାଉଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ବିଜେପି ବିଧାୟକମାନେ ।

ସେପଟେ ଚାଷୀଙ୍କୁ ମିଳୁଥିବା ଶସ୍ୟ ମୂଲ୍ୟରେ କେନ୍ଦ୍ର ସରକାର କାହିଁକି ବୃଦ୍ଧି କରୁନାହାନ୍ତି ବୋଲି ପ୍ରଶ୍ନ କରି ବିଜେପି ବିରୋଧରେ ପାଲଟା ନାରାବାଜି କରିଥିଲେ ଶାସକ ବିଜେଡି ସଦସ୍ୟ । ଗୃହର ଅଚଳାବସ୍ଥା ଦେଖି ପ୍ରଥମେ ଦିନ ୧୨ଟା ଯାଏଁ ଗୃହ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଆଉ ବୈଠକ ପରେ ଅପରାହ୍ନରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା । ଆଗତ ହୋଇଥିଲା ପୌର ବିଧି ସଂଶୋଧନ ବିଲ୍ । ହେଲେ ଆଜି ଗୃହକାର୍ୟ୍ୟ ସୁରୁଖୁରୁରେ ଚାଲିବ କି ନାହିଁ ତା ଉପରେ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ