Masthead

ଯିଏ ସାଧାରଣ ଲୋକଙ୍କ କାମ କରେ ନାହିଁ ସେ ହେଉଛି ଜନ ବିରୋଧୀ: ନରସିଂହ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। ଯଦି ବିଜେପି କେବଳ ବନ୍ଦ କରିବାକୁ ଚାହୁଁଥାନ୍ତେ। ତାହାଲେ ୧୧.୩୦ ପର୍ଯ୍ୟନ୍ତ ବନ୍ଦ ହୋଇଥାନ୍ତା। ସୁପ୍ରିମକୋର୍ଟ ବେଦାନ୍ତ ଜମି ଫେରାଇବାକୁ ରାୟ ଦେଇଛନ୍ତି । ସେ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ହରଡ ଘଣାରେ ପଡିଛନ୍ତି। ମୁଖ୍ୟମନ୍ତ୍ରୀ ଓ ତତ୍କାଳୀନ ରାଜ୍ୟସ୍ୱ ମନ୍ତ୍ରୀ , ଅର୍ବନ ଡେଭଲପମେଟ ମନ୍ତ୍ରୀ ସେ ସମୟରେ ବିଜେପିରେ ଥିଲେ। ବେଦାନ୍ତ କମ୍ପାନୀକୁ ଆଇନ ଉଲଘଂନ କରି ଜମି ଦେଇଛନ୍ତି। ଏହି ୩ ଜଣ ଦଣ୍ଡିତ ହେବେ । ଏଥିରେ ସନ୍ଦେହ ନାହିଁ। ଯେହେତୁ ସମସ୍ତ ବିଷୟ ତର୍ଜମା କରି ସୁପ୍ରିମକୋର୍ଟ ଏ ନିଷ୍ପତ୍ତି ନେଇଛନ୍ତି। କାଳେ ଏ ପ୍ରସଙ୍ଗରେ ଆଲୋଚନା ହୋଇ ଯିବ।

ସେଥିପାଇଁ ଗୃହକୁ ବନ୍ଦ କରାଗଲା। ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ ବୋଲି କହିଛି। ହେଲେ ଜନ ବିରୋଧୀ କିଏ। ଯିଏ ସାଧାରଣ ଲୋକଙ୍କ କାମ କରେ ନାହିଁ ସେ ହେଉଛି ଜନ ବିରୋଧୀ। ମୁଖ୍ୟମନ୍ତ୍ରୀ ନିଜେ ଏବେ ଅକଳରେ ପଡି ଯାଇଛନ୍ତି। ପ୍ରଥମରେ ଶିକ୍ଷାର ବିକାଶ ହେବା ଉଚିତ। ଏ ବାବଦରେ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି। ବହୁ ସ୍ଥାନରେ ଶିକ୍ଷକ ପଦବୀ ଖାଲି ରହିଛି । ଚାଷୀର ଉନ୍ନତି ହୋଇନି। ସେ କଣ ଜନ ବିରୋଧୀ ନୁହେଁ। ତାଙ୍କ ଦଳର ଲୋକ ହଜାର ହାଜର କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ତାଙ୍କ ବିରୋଧରେ କେସ ହୋଇ ନାହିଁ। ସେ ଜନ ବିରୋଧୀ ନୁହେଁ କି। ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିଲେ କଣ ବୁଝୁଛନ୍ତି। ସେ ଯଦି ଠିକ୍ ବୁଝନ୍ତେ। ତାହାଲେ ସେ ହିଁ ଏକ ନମ୍ବର ଜନ ବିରୋଧୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି