Masthead

ପଥର ବିସ୍ଫୋରଣରେ ଗୋଡ଼ ହରେଇଲେ ଶ୍ରମିକ

ଧର୍ମଗଡ଼, (ବଡ଼ ଖବର ବ୍ୟୁରୋ): ପଥର‌ ବ୍ଲାଷ୍ଟିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଶ୍ରମିକ ନିଜ ଗୋଡ଼ ହରାଇଛନ୍ତି। ସେ ହେଲେ ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଗଇତାପଡ଼ା ଗାଁର ଦୁର୍ବଳ ଗଇତା। ଘଟଣାର ୯ଦିନ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୋଲାମୁଣ୍ଡା ବ୍ଲକ ତୁମୁରା ଗାଁରେ ଥିବା ଏକ କ୍ରସରରେ ଦୁର୍ବଳ ଜଣେ ଶ୍ରମିକଭାବେ ନିୟୋଜିତ ଥିଲେ। କ୍ରସର ନିକଟରେ ଥିବା ଏକ ପଥର କ୍ଵାରିରେ ସେ ଡିନାମାଇଟ୍ ଲଗାଇ ବିସ୍ଫୋରଣ କରୁଥିଲେ। ବିସ୍ଫୋରଣ ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ସହ ଆଉ ଦୁଇ ଜଣ ଶ୍ରମିକ ମଧ୍ୟ ଆହତ ହୋଇଥିଲେ। ଆହତ ଶ୍ରମିକମାନଙ୍କୁ ପ୍ରଥମେ ଧର୍ମଗଡ଼ ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଥିବା ଦୁର୍ବଳଙ୍କୁ ଭବାନୀପାଟଣାର ମାଣିକେଶ୍ୱରୀ ମଲ୍ଟି ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ‌ ଦୁର୍ବଳଙ୍କ ପରିବାର ଲୋକଙ୍କୁ କ୍ରସର‌ମାଲିକ ନିଜ ଆୟତ୍ତକୁ ନେଇଯାଇଥିଲେ। କୌଣସି ଗଣମାଧ୍ୟମ କିମ୍ବା ବାହାର ଲୋକଙ୍କୁ ସେମାନଙ୍କ ସହ ମିଶିବାକୁ ଦେଇ ନ ଥିଲେ। ଫଳରେ ଘଟଣାଟି ଲୋକଲୋଚନକୁ ଆସିପାରି ନ ଥିଲା। ଅପରପକ୍ଷରେ ଏତେବଡ଼ ଦୁର୍ଘଟଣା ଘଟିଥିଲେ ହେଁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ମଧ୍ୟ ନିରବ ରହିଥିଲା। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରିବା। କଥା କିନ୍ତୁ ପ୍ରଶାସନ ଏହା କରି ନ ଥିଲା। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ଓ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ଗତ ୧୮ ତାରିଖରେ ଦୁର୍ବଳଙ୍କ ଭାଇ ହଂସରାଜ ଗୋଲାମୁଣ୍ଡା ଥାନାରେ ଏତଲା ଦେବାପରେ ପୋଲିସ ମାମଲା ରୁଜୁ କରିଛି। ଏହାପରେ ଉକ୍ତ କ୍ରସରକୁ ସିଲ୍ କରାଯାଇଛି। ଏହି କ୍ରସର ଏବଂ କ୍ୱାରିର ମାଲିକାନା ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ରହିଥିବା ଜଣାପଡ଼ିଛି। ଶାସକ ଦଳର ସମର୍ଥନ ଥିବାରୁ ପୋଲିସ କାର୍ୟ୍ୟାନୁଷ୍ଠାନ ନେବାକୁ ସାହାସ କରୁନି ବୋଲି ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି