Masthead

ଆଗ ବାହା ହେବେ ପରେ ମତଦାନ କରିବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଘୁଞ୍ଚିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ । ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ନିର୍ବାଚନ । ଡିସେମ୍ବା ୩ରେ ପ୍ରକାଶ ପାଇବ ଫଳାଫଳ । ନିର୍ବାଚନ ଆୟୋଗ କହିଛନ୍ତି ଯେ ବିବାହ ଓ ସାମାଜିକ ଯୋଗଦାନକୁ ବିଚାରକୁ ନେଇ ବହୁ ସଂଖ୍ୟାରେ ଲୋକଙ୍କର ଅସୁବିଧା ଓ ବିଭିନ୍ନ ଲଜିଷ୍ଟିକ ସମସ୍ୟା ହୋଇପାରେ ଏବଂ ମତଦାନ ସମୟରେ ଭୋଟରଙ୍କ ଅଂଶ ଗ୍ରହଣ ହ୍ରାସ ହୋଇପାରେ । କାରଣ ସେହିଦିନ ହେଉଛି ଦେବ ଉତ୍ଥାପନ ଏକାଦଶୀ । ଜୁନ ୨୮ ତାରିଖରେ ରଥଯାତ୍ରା ପରେ ବିଷ୍ଣୁ ଶୟନରେ ଯାଇଥିଲେ ।

ଏହାକୁ ବିଷ୍ଣୁ ଶୟନ ଏକାଦଶୀ ତଥା ହରିଶୟନ ଏକାଦଶୀ କୁହାଯାଏ । ଦୁଇମାସ ପରେ ପାଶ୍ୱର୍ ବରିବର୍ତ୍ତନ କରିଥିଲେ ମହାପ୍ରଭୁ । ଏହି ଶୟନ ଅବଧି ଚାରିମାସରେ କୌଣସି ଶୁଭ କାର୍ଯ୍ୟ ହୋଇନଥାଏ । ୨୩ ତାରିଖରେ ଦେବ ଉତ୍ଥାପନ ଏକାଦଶୀରେ ବିଷ୍ଣୁଙ୍କ ନିଦ ଭାଙ୍ଗୁତବବାରୁ ଏହିଦିନ ଏକ ଶୁଭ ମୁହୂର୍ତ୍ତ ଅଟେ । ହାରାହାରି ଚାରିମାସ ପରେ ବାହାଘରର ଶୁଭ ମୁହୁର୍ତ୍ତ ଖୋଲିବ । ତେଣୁ ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ ଏହିଦିନ ରାଜସ୍ଥାନରେ ୫୦ ହଜାରରୁ ଅଦବକ ବାହାଘର ହେବାର ସମ୍ଭାବନା ରହିଛି । ତେଣୁ ମତଦାନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିପରି ଏହିଦିନ ରାଜ୍ୟରେ ଖାଟୁ ଶ୍ୟାମଜୀଙ୍କ ମେଳା ପଡୁଥିବାରୁ ଲକ୍ଷାଧିକ ଲୋକ ଏଥିରେ ସାମିଲ ହେବାର ସମ୍ଭାବାନା ରହିଛି । ତେଣୁ ବିବାହ ଓ ମେଳା ଦୃଷ୍ଟିରୁ ନିର୍ବାଚନ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ