Masthead

ଆଗ ବାହା ହେବେ ପରେ ମତଦାନ କରିବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଘୁଞ୍ଚିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ । ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ନିର୍ବାଚନ । ଡିସେମ୍ବା ୩ରେ ପ୍ରକାଶ ପାଇବ ଫଳାଫଳ । ନିର୍ବାଚନ ଆୟୋଗ କହିଛନ୍ତି ଯେ ବିବାହ ଓ ସାମାଜିକ ଯୋଗଦାନକୁ ବିଚାରକୁ ନେଇ ବହୁ ସଂଖ୍ୟାରେ ଲୋକଙ୍କର ଅସୁବିଧା ଓ ବିଭିନ୍ନ ଲଜିଷ୍ଟିକ ସମସ୍ୟା ହୋଇପାରେ ଏବଂ ମତଦାନ ସମୟରେ ଭୋଟରଙ୍କ ଅଂଶ ଗ୍ରହଣ ହ୍ରାସ ହୋଇପାରେ । କାରଣ ସେହିଦିନ ହେଉଛି ଦେବ ଉତ୍ଥାପନ ଏକାଦଶୀ । ଜୁନ ୨୮ ତାରିଖରେ ରଥଯାତ୍ରା ପରେ ବିଷ୍ଣୁ ଶୟନରେ ଯାଇଥିଲେ ।

ଏହାକୁ ବିଷ୍ଣୁ ଶୟନ ଏକାଦଶୀ ତଥା ହରିଶୟନ ଏକାଦଶୀ କୁହାଯାଏ । ଦୁଇମାସ ପରେ ପାଶ୍ୱର୍ ବରିବର୍ତ୍ତନ କରିଥିଲେ ମହାପ୍ରଭୁ । ଏହି ଶୟନ ଅବଧି ଚାରିମାସରେ କୌଣସି ଶୁଭ କାର୍ଯ୍ୟ ହୋଇନଥାଏ । ୨୩ ତାରିଖରେ ଦେବ ଉତ୍ଥାପନ ଏକାଦଶୀରେ ବିଷ୍ଣୁଙ୍କ ନିଦ ଭାଙ୍ଗୁତବବାରୁ ଏହିଦିନ ଏକ ଶୁଭ ମୁହୂର୍ତ୍ତ ଅଟେ । ହାରାହାରି ଚାରିମାସ ପରେ ବାହାଘରର ଶୁଭ ମୁହୁର୍ତ୍ତ ଖୋଲିବ । ତେଣୁ ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ ଏହିଦିନ ରାଜସ୍ଥାନରେ ୫୦ ହଜାରରୁ ଅଦବକ ବାହାଘର ହେବାର ସମ୍ଭାବନା ରହିଛି । ତେଣୁ ମତଦାନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିପରି ଏହିଦିନ ରାଜ୍ୟରେ ଖାଟୁ ଶ୍ୟାମଜୀଙ୍କ ମେଳା ପଡୁଥିବାରୁ ଲକ୍ଷାଧିକ ଲୋକ ଏଥିରେ ସାମିଲ ହେବାର ସମ୍ଭାବାନା ରହିଛି । ତେଣୁ ବିବାହ ଓ ମେଳା ଦୃଷ୍ଟିରୁ ନିର୍ବାଚନ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା