Masthead

କ’ଣ ମନ୍ତ୍ର କରି ଇମାମଙ୍କ ୱିକେଟ ନେଇଥିଲେ ହାର୍ଦ୍ଦିକ?

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ୧୯୨ ରନର ଛୋଟ ଟାର୍ଗେଟକୁ ପିଛା କରି ମାତ୍ର ୩୦.୩ ଓଭରରେ ହିଁ ବିଜୟୀ ହୋଇଛି ଭାରତ । ତେବେ ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଇମାମ ଉଲ ହକଙ୍କ ୱିକେଟକୁ ନେଇ ଚର୍ଚ୍ଚା ହେଉଛି । ଇମାମଙ୍କ ଶିକାର ପୂର୍ବରୁ ହାର୍ଦ୍ଦିକ ବଲ ସହ କିଛି ମନ୍ତ୍ର ପଢିବା ନଜର ଆସିଛି । ଯାହାକୁ ବେଶ ଚର୍ଚ୍ଚା ହେଉଛି । ଆଉ ନିଜେ ହାର୍ଦ୍ଦିକ ପ୍ରତିକ୍ରିୟା ରଖି ଚର୍ଚ୍ଚାର ବ୍ରେକ ଲଗାଇଛନ୍ତି । ମ୍ୟାଚ ପରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏ ନେଇ ତାଙ୍କୁ ପଚାରିଥିଲେ ।

ସେ କହିଛନ୍ତି ଯେ, ବଲ ସହ ମୁଁ କୌଣସି ମନ୍ତ୍ର କରି ନଥିଲି, କିମ୍ବା ମନ୍ତ୍ର ପଢି ନଥିଲି । ବରଂ ଏହି ସମୟରେ ହାର୍ଦ୍ଦିକ ନିଜକୁ ମୋଟିଭେଟ କରିଥିବା କହିଛନ୍ତି । ହାର୍ଦ୍ଦିକ ଓଭରର ତୃତୀୟ ବଲରେ ଇମାମଙ୍କ କେ.ଏଲ ରାହୁଲଙ୍କ ହାତରେ କ୍ୟାଚ କରାଇ ପାଭିଲିୟନର ରାସ୍ତା ଦେଖାଇଥିଲେ । ତେବେ ଓଭରର ତୃତୀୟ ବଲ ଫିଙ୍ଗିବା ପୂର୍ବରୁ ହାର୍ଦ୍ଦିକ ବଲକୁ ଚାହିଁ କିଛି କହିବା ସହ ବଲକୁ ଫୁଙ୍କିଥିଲେ । ଏହାପରେ ଇମାମ ଉଲ୍-ହକ୍ ଙ୍କ ବ୍ୟାଟରେ ବଲ ବାଜି ୱିକେଟ କିପର କେ.ଏଲ ରାହୁଲଙ୍କ ହାତକୁ ଚାଲି ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା