Masthead

ଇସ୍ରାଏଲକୁ କ୍ଲିନ ଚିଟ୍ ଦେଲା ଆମେରିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସା ଯୁଦ୍ଧକୁ ହେଲାଣି ୧୧ ଦିନ । ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଇସ୍ରାଏଲ୍ ସେନା ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁଦ୍ଧ ଭିତରେ ଇସ୍ରାଏଲ ତେଲ ଅବିବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । ଦୁଇ ନେତାଙ୍କ ଭିତରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି ।

ଗାଜା ହସ୍ପିଟାଲ ଆକ୍ରମଣ ନେଇ ଇସ୍ରାଏଲକୁ କ୍ଲିନ ଚିଟ୍ ଦେଇଛି ଆମେରିକା । ହସ୍ପିଟାଲ ଉପରେ ଆକ୍ରମଣକୁ ବାଇଡେନ୍ ନିନ୍ଦା କରିବା ସହ ଏହି ଘଟଣାରେ ଇସ୍ରାଏଲର ହାତ ନଥିବା କହିଛନ୍ତି । ଆକ୍ରମଣ ପଛରେ ଅନ୍ୟ ଟିମ୍ ଥିବା କହିଛନ୍ତି ବାଇଡେନ । ହସ୍ପିଟାଲ ଉପରେ ଆକ୍ରମଣକୁ ସମାଲୋଚନା ଇସ୍ରାଏଲ ସହ ସବୁ ପରିସ୍ଥିତିରେ ରହିଛି ଆମେରିକା । ସୁରକ୍ଷା ପାଇଁ ଇସ୍ରାଏଲ ଯାହା ଆବଶ୍ୟକ କରିବ, ତାହା ନିଶ୍ଚିତ କରିବ ଆମେରିକା ।

ହେଲେ ଗାଜାରେ ସ୍ଥଳ ଅଭିଯାନ କରିବା ପାଇଁ ଇସ୍ରାଏଲ ଯେଉଁ ଯୋଜନା ରଖିଛି, ତାହା ସହ ଆମେରିକା ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଏକମତ ନାହାନ୍ତି । ସେ ଚେତାଇ ଦେଇଛନ୍ତି ଯେ, ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଯେଉଁ ଭୁଲ କରିଥିଲା, ସେହି ଭୁଲ ଇସ୍ରାଏଲ ନ ଦୋହରାଉ । ସେପଟେ ଇସ୍ରାଏଲ ବିମାନ ଗାଜା ଉପରେ ଆକ୍ରମଣ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ