Masthead

ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ୪ଟା୧୫ରୁ ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିବ ଦେବନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୁମାର ପୂର୍ଣ୍ଣିମା ତଥା ଆସନ୍ତା ୨୮ରେ ଚନ୍ଦ୍ରଗ୍ରହଣ ହେଉଥିବାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ମନ୍ଦିର ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ବୈଠକରେ କୁମାର ପୂର୍ଣ୍ଣିମା ଅପରାହ୍ନ ୪ଟା ୧୫ମିନିଟରେ ସମସ୍ତ ଦେବନୀତି ବନ୍ଦ ହେବ । ସେହିଦିନ ସକାଳ ୬ଟାରୁ ୬.୩୦ ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ନୀତି କରାଯିବ ।

ସାଢ଼େ ୬ଟାରୁ ସକାଳ ୯ ଟାରେ ଗର୍ଭଗୃହ ସଫେଇ ହୋଇ ମାଘସ୍ନାନ, ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ, ଠାକୁରାଣୀଙ୍କ ସନ୍ଧ୍ୟାଧୂପ ଓ କାର୍ତ୍ତିକ ପୂଜା ଅପରାହ୍ନ ୪ଟା ମଧ୍ୟରେ ଶେଷ ହେବ । ରାତି୧୧.୩୦ରେ ଶ୍ରୀଜୀଉ ଗ୍ରହଣ ସ୍ନାନ ପାଇଁ ବିନ୍ଦୁସାଗରକୁ ଯାତ୍ରା କରିବେ । ସେଠାରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଫେରିବା ପରେ ରାତି ୨ଟା ୧୫ମିନିଟରେ ଗ୍ରହଣ ଭୋଗ ସମ୍ପାଦନ କରାଯିବ ।ଏହାପରେ ମାଘସ୍ନାନ ଓ ଧୋପଖାଳ କରାଯାଇ ଅନ୍ୟାନ୍ୟ ନୀତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ