Masthead

ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ୪ଟା୧୫ରୁ ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିବ ଦେବନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୁମାର ପୂର୍ଣ୍ଣିମା ତଥା ଆସନ୍ତା ୨୮ରେ ଚନ୍ଦ୍ରଗ୍ରହଣ ହେଉଥିବାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ମନ୍ଦିର ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ବୈଠକରେ କୁମାର ପୂର୍ଣ୍ଣିମା ଅପରାହ୍ନ ୪ଟା ୧୫ମିନିଟରେ ସମସ୍ତ ଦେବନୀତି ବନ୍ଦ ହେବ । ସେହିଦିନ ସକାଳ ୬ଟାରୁ ୬.୩୦ ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ନୀତି କରାଯିବ ।

ସାଢ଼େ ୬ଟାରୁ ସକାଳ ୯ ଟାରେ ଗର୍ଭଗୃହ ସଫେଇ ହୋଇ ମାଘସ୍ନାନ, ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ, ଠାକୁରାଣୀଙ୍କ ସନ୍ଧ୍ୟାଧୂପ ଓ କାର୍ତ୍ତିକ ପୂଜା ଅପରାହ୍ନ ୪ଟା ମଧ୍ୟରେ ଶେଷ ହେବ । ରାତି୧୧.୩୦ରେ ଶ୍ରୀଜୀଉ ଗ୍ରହଣ ସ୍ନାନ ପାଇଁ ବିନ୍ଦୁସାଗରକୁ ଯାତ୍ରା କରିବେ । ସେଠାରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଫେରିବା ପରେ ରାତି ୨ଟା ୧୫ମିନିଟରେ ଗ୍ରହଣ ଭୋଗ ସମ୍ପାଦନ କରାଯିବ ।ଏହାପରେ ମାଘସ୍ନାନ ଓ ଧୋପଖାଳ କରାଯାଇ ଅନ୍ୟାନ୍ୟ ନୀତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ