Masthead

ପଥର କ୍ୱାରି ବିସ୍ଫୋରଣରେ ତିନିଜଣଙ୍କ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ତହସିଲଦାର

ରାୟଗଡ଼ା/ଗୁଣୁପୁର, (ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ଗୁଣପୁର ଓକିଲଗୁଡ଼ା ପଥର କ୍ୱାରି ବିସ୍ଫୋରଣ ଘଟଣାରେ ନିଲମ୍ବିତ ହୋଇଛନ୍ତି ଗୁଣୁପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ। ଗତ ୧୬ ତାରିଖରେ ଓକିଲଗୁଡ଼ାଠାରେ ବେଆଇନ ପଥର ଖଦାନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୯ ଜଣ ଗୁରୁତର ଆହତ ହୋଇଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛି।

ଏହି ଘଟଣାରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗତ ୧୯ ତାରିଖରେ ଗୁଣୁପୁର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅନୁପ ମାର୍ଥାଙ୍କୁ ନିଲମ୍ବନ କରିଥିଲେ। ଏଥିସହ ତହସିଲଦାରଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ସୁପାରିସ କରିଥିଲେ। ରାଜ୍ୟ ସରକାର ଆଜି ତହସିଲଦାର ସାବତଙ୍କୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ପୋଲିସ କ୍ରସର ଅପରେଟରଙ୍କୁ ଗିରଫ କରିଥିବାବେଳେ ଖାଦାନ ମାଲିକ ଫେରାର ଅଛନ୍ତି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ରାଜକିଶୋର ଦାସ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ