Masthead

‘ସୁପ୍ରିମ’ ରାୟ, ନେତାଙ୍କ ମାମଲା ଶୀଘ୍ର ସାର

ଭୁବନେଶ୍ୱର (ବଡ଼ ଖବର): ବଢିଲା ଦାଗି ନେତାଙ୍କ ଅଡୁଆ । ୨୪ ନିର୍ବାଚନ ପୂର୍ବରୁ ବନ୍ଧା ହୋଇପାରନ୍ତି ଦାଗି ନେତା । ନିର୍ବାଚନ ପୂର୍ବରୁ ‘ସୁପ୍ରିମ’ ତୟାର । ନେତାଙ୍କ ମାମଲା ଶୀଘ୍ର ସାର କହିଲେ ସୁପ୍ରିମକୋର୍ଟ । ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାରେ ପଡୁ ପୂର୍ଣ୍ଣଚ୍ଛେଦ । ତୁରନ୍ତ ବିଚାର ସାରିବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ । ‘ଟ୍ରାଏଲ କୋର୍ଟ ପାଇଁ ଏ ସଂପର୍କରେ ଗାଇଡ଼ଲାଇନ କରିବା କଷ୍ଟସାଧ୍ୟ’ । ମାମଲା ନ ଗଡ଼ାଇବାକୁ ହାଇକୋର୍ଟମାନଙ୍କୁ କହିଲେ ସୁପ୍ରିମକୋର୍ଟ । ଅଶ୍ୱିନୀ ଉପାଧ୍ୟାୟଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି ଅବସରରେ ରାୟ । ଦେଶର ପ୍ରତ୍ୟେକ ରାଜନୈତିକ ଦଳର ନେତାଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।

https://fb.watch/ocp-AH-nbF/

ହତ୍ୟା, ଦୁଷ୍କର୍ମ, ଦୁର୍ବବ୍ୟହାର ଭଳି ଅନେକ ଅପରାଧିକ ମାମଲା ସାଂସଦ, ବିଧାୟକଙ୍କ ନାଁରେ ରହିଛି । ୨୪ ନିର୍ବାଚନ ପୂର୍ବରୁ ସେହି ନେତାଙ୍କଠାରେ ଲାଗିଥିବା ଅପରାଧିକ ମାମଲାରେ ବିରାମ ଲଗାନ୍ତୁ କହିଛନ୍ତି ସୁପ୍ରିମକୋର୍ଟ । ଯାହା ଫଳରେ ସମସ୍ତ ରାଜନୈତିକ ପାର୍ଟି ପାଇଁ ଅଡୁଆ ବଢିଛି । ସେପଟେ ବୁଦ୍ଧିଜୀବୀଙ୍କ ମହଲରେ ଏହା ଚର୍ଚ୍ଚା ହେଉଛି ଯେ ଏତେ ସବୁ ମାମଲାକୁ ଏତେ କମ ସମୟରେ ବିଚାର କରିବା କାଠିକର ପାଠ । ଏଥିପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ବେଞ୍ଚ ବସିବାର ଆବଶ୍ୟକତା ରହିଛି । ଏହାର ସମାଧାନ ଲାଗି ସମୟ ଦରାକର । ସେ ଯାହା ହେଉନା କାହିଁକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏଭଳି ଶୁଣାଣି ପରେ ହାଇକୋର୍ଟମାନଙ୍କ କାର୍ଯ୍ୟ ବଢିବା ସହ ଦାଗି ନେତାଙ୍କ ଚିନ୍ତା ବଢିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର