Masthead

ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ କଲେଜ ଛାତ୍ରଛାତ୍ରୀ

ବାଂଶପାଳ (ବଡ଼ ଖବର ବ୍ୟୁରୋ): ଧାରଣାରେ ବସିଲେ କଲେଜ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟୀ ସ୍ଥିତ ପାଟେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ । କଲେଜର ଅନେକ ସମସ୍ୟା ନେଇ ଛାତ୍ରଛାତ୍ରୀ ମାନେ ଆଗରୁ ଅନେକ ଥର କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ କରାଯାଇନାହିଁ । ତେଣୁ ଛାତ୍ରଛାତ୍ରୀ ମାନେ ଅତିଷ୍ଟ ହୋଇପାଟେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଗେଟରେ ତାଲା ପକାଇବା ସହ ରାସ୍ତାରୋକ କରି କଲେଜରେ ରହିଥିବା ଅବ୍ୟବସ୍ଥାର ସମାଧାନ କରିବାକୁ ଦାବୀ କରିଥିଲେ । ବିଶେଷ କରି ଆଡମିଶନ ପାଇଁ ମାତ୍ରାଧିକ ଫିସ୍ ନିଆଯାଉଥିବାବେଳେ ଛାତ୍ରଛାତ୍ରୀଙ୍କୁ ମୌଳିକ ସବୁଧା ସୁଯୋଗ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ । ଘୋର ଅବ୍ୟବସ୍ଥାରେ ଯୁକ୍ତ ତିନିରେ ପାଠ ପଢା, ଶ୍ରେଣୀ ଗୃହ ସମସ୍ୟା, ପାନୀୟ ଜଳ ,ଶୌଚାଳୟ ବ୍ୟବସ୍ଥା ନଥିବାବେଳେ ଲାଇବ୍ରେରିରେ ପାଠ୍ୟପୁସ୍ତକ ମିଳୁନାହିଁ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଗଢି ଉଠିଥିବା ଏହି କଲେଜର ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଏବଂ କଲେଜ କର୍ତୃପକ୍ଷ ଅଣଦେଖା କରୁଛନ୍ତି । ପ୍ରଶାସନ ପକ୍ଷରୁ ଆଲୋଚନା କରିବା ପାଇଁ ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ହଟିଥିଲା । ସ୍ୱତନ୍ତ୍ର ଅଧିକାରୀ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆନ୍ଦୋଳନରତ ଛାତ୍ରୀଛାତ୍ର ମାନଙ୍କର କଲେଜରେ ରହିଥିବା ବିଭିନ୍ନ ସମସ୍ୟା ଆଲୋଚନା ପରେ ସମସ୍ତ ଦାବି ପୂରଣ ନେଇ ଜିଲ୍ଳାପାଳଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼