Masthead

ଲଜରୁ ମହିଳାଙ୍କ ମୃତଦେହ ଠାବ,ସ୍ୱାମୀ ଫେରାର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡୋର୍ମିଟାରୀ ଭିତରୁ । ଏହି ଲଜରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତକଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି । ତାଙ୍କ ବୟସ ୪୦ ରୁ ୪୫ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ନିଜ ସ୍ବାମୀ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସିଥିଲେ । ଉଭୟ ଗତ ୧୯ତାରିଖରୁ ଏହି ଲଜର ରହୁଥିଲେ । ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ ।

ଦୁଇ ଦିନପୂର୍ବେ ଉଭୟ ସ୍ବାମୀ-ସ୍ତ୍ରୀ ଲଜ ଭିତରେ ଥିଲେ । ହେଲେ ଆଜି ସକାଳୁ ଲଜ କର୍ମଚାରୀ ସଫେଇ କରିବାକୁ ଯାଇଥିବା ବେଳେ କବାଟ ବାଢେଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏ ନେଇ ଲଜ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା । ବୈଦ୍ୟନାଥପୁର ପୋଲିସ ଲଜକୁ ଯାଇ ରୁମର କବାଟ ଖୋଲି ଭିତରକୁ ପଶିବା ପରେ ମହିଳାଙ୍କ ମୃତଦେହ ବେଡ ଉପରେ ପଡିଥିବା ଦେଖିଥିଲେ । ମହିଳାଙ୍କର ୨ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ମୃତ ମହିଳାଙ୍କ ସ୍ୱାମୀ ଉପସ୍ଥିତ ନଥିବାରୁ ସେ ଫୋରାର ହୋଇଯାଇଥିବା ଜଣାପଡ଼ିଛି ।ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ବୈଦ୍ୟନାଥପୁର ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ