Masthead

ଡାକ୍ତରଙ୍କ ମହାନତା, ବିନା ପଇସାରେ ରୋଗୀ ସେବା

ବରଗଡ଼ (ବଡ଼ ଖବର ବ୍ୟୁରୋ): ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ମଣିଷ । ପଇସା ପାଇଁ ନୁହେଁ କିନ୍ତୁ କରୁଛନ୍ତି ନିଃସ୍ୱାର୍ଥପର ଲେକଙ୍କ ସେବା । ମାଗଣାରେ ଲୋକଙ୍କ ସେବା କରୁଛନ୍ତି । ଲୋକଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି । ଡାକ୍ତର ମେଘନାଥ ମେହେର । ରାତି ପାହିଲେ ଧାଡ଼ି ଲାଗୁଛି କ୍ଲିନିକ୍ ଆଗରେ । ଛୁଆଠୁ ବୁଢ଼ା ଗରିବ ହେଉକି ଧନୀ ସମସ୍ତେ ଚିକିତ୍ସା ପାଇଁ ଅପେକ୍ଷା କରି ରହିଛନ୍ତି । ଏଦୃଶ୍ୟ ହେଉଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗାଁର । ଆଉ ଏଠାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ହେଉଛନ୍ତି ଏହି ଗାଁର ପୁଅ ଡାକ୍ତର ମେଘନାଥ । ସେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ସୋମ ହସ୍ପିଟାଲରେ କାର୍ଯ୍ୟରତ । କିନ୍ତୁ ନିଜ ଜନ୍ମମାଟିକୁ ଭୁଲି ନାହାଁନ୍ତି । ନିଜ ଜନ୍ମମାଟି ଲୋକ ଯେପରି ଚିକିତ୍ସାରୁ ବଞ୍ଚିତ ନହେବେ ସେଥିପାଇଁ ତାଙ୍କ ମାଙ୍କ ନାମରେ ତାରା ସ୍ବାସ୍ଥ୍ୟ ସଚେତନ କେନ୍ଦ୍ର ନାମରେ ଏକ କ୍ଲିନିକ ଖୋଲିଛନ୍ତି ।

ଆଉ ମାଗଣାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତି । ରୋଗରୁ ଲୋକେ କିପରି ଦୂରେଇ ରହିବେ ସେନେଇ ସଚେତନ ମଧ୍ୟ କରୁଛନ୍ତି । ସାଧାରଣ ଜ୍ଵର ଠାରୁ ଆରମ୍ଭ କରି ମ୍ୟାଲେରିଆ,ମଧୁମେହ, ବ୍ଲଡ ପ୍ରେସର ପରି ରୋଗର ମାଗଣାରେ ପରୀକ୍ଷା କରିବା ସହ ଔଷଧ ମଧ୍ୟ ପ୍ରଦାନ କରାଯାଉଛି । ଏଥିପାଇଁ ରୋଗୀଙ୍କ ସହ ଡାକ୍ତର ମଧ୍ୟ ଖୁସିଥିବା କହିଛନ୍ତି । ଛୋଟଟି ଦିନରୁ ମେଘନାଥ ମେହେର ଡାକ୍ତର ହେବା ସ୍ବପ୍ନ ଦେଖିଥିଲେ । ଗାଆଁ ଲୋକେ କିପରି ସୁବିଧାରେ ଚିକିତ୍ସା ପାଇ ପାରିବେ ସେହି ଲକ୍ଷ ନେଇ ଆଗକୁ ବଢ଼ି ଚାଲିଲେ । ସେ ଗାଁ ସ୍କୁଲରେ ହିଁ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ପରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ କଟକରେ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ଅର୍ଜନ କରିଥିଲେ । ପରେ ଭୁବନେଶ୍ୱର ଏମ୍ସରେ ତିନି ବର୍ଷ ଚାକିରି କଲାପରେ ଏବେ ସୋମ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଆଉ ଏବେ ନିଜ ଗ୍ରାମ ସହ ଅଞ୍ଚଳବାସୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଗର୍ବିତ ମନେ କରୁଥିବା ବେଳେ ଡାକ୍ତର ମେଘନାଥ ମେହେରଙ୍କ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରୁଛନ୍ତି। ଡାକ୍ତରଙ୍କୁ ସମସ୍ତେ ଭଗବାନ ସ୍ୱରୂପ ଦେଖିଥାନ୍ତି । କିନ୍ତୁ ସରକଣ୍ଡା ଗ୍ରାମବାସୀ ଭଗବାନ ରୂପରେ ନିଜର ମା ମାଟିର ସନ୍ତାନକୁ ପାଇ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ