Masthead

ଇଂରାଜୀ ନୂଆ ବର୍ଷରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରିବା ବିବାଦ

ପୁରୀ (ବଡ଼ ଖବର ବ୍ୟୁରୋ): ଇଂରାଜୀ ନୂଆବର୍ଷରେ ରାତି ଅନିଦ୍ରା ହେବେ ମହାପ୍ରଭୁ । ଏହାକୁ ନେଇ ବଢିବାରେ ଲାଗିଛି ବିବାଦ । ବିଭିନ୍ନ ଆଡ଼ୁ ହେଉଛି ବିରୋଧ । କାହିଁକି ଡିସେମ୍ବର ୩୧ ରାତିରେ ଶ୍ରୀଜଗନ୍ନାଥଙ୍କୁ ରାତି ଅନିଦ୍ରା ରଖାଯିବ ବୋଲି ସେବାୟତ ଓ ସଂସ୍କୃତି ଗବେଷକ ଉଠାଇଛନ୍ତି ପ୍ରଶ୍ନ । ସେପଟେ ମନ୍ଦିର ପ୍ରଶାସନ ଯୁକ୍ତି ହେଉଛି ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ । ଏଥିପାଇଁ ରାତି ଅଧରୁ ଲୋକଙ୍କ ଭିଡ଼ ବଢିବାରେ ଲାଗିବ । ଯଦି ରାତିରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ନ ହୁଏ, ସକାଳେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଯିବ । ଧାଡ଼ି ଖୁବ ଲମ୍ବା ହେବ । ଲୋକଙ୍କୁ ଅଧିକ ସମୟ ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ଏସବୁ ଆରୋପ ପ୍ରତ୍ୟାରୋପ ଭିତରେ ଶାସ୍ତ୍ରରେ କ’ଣ ନିୟମ ରହିଛି ତାକୁ ନେଇ ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ହେଉଛି ଓଡ଼ିଆ ନବବର୍ଷ। ଇଂରାଜୀ ନବବର୍ଷ ସହିତ ଶ୍ରୀଜଗନ୍ନାଥ ମନ୍ଦିରର କୌଣସି ସମ୍ପର୍କ ନାହିଁ । ତାହେଲେ କାହିଁକି ଏହାକୁ ସ୍ୱତନ୍ତ୍ର ଦିନ ଭାବରେ ଶ୍ରୀମନ୍ଦିରରେ ପାଳନ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ପରମ୍ପରା ବିରୋଧୀ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତମାନେ ।

ଚଳିତ ମାସ ୮ରେ ହୋଇଥିବା ସବ୍ କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ମହାପ୍ରଭୁଙ୍କ ରାତ୍ରି ଅନିଦ୍ରା କରାଯିବା କଥା କହିଥିଲେ । ସେବେଠୁ ଏହାକୁ ନେଇ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ସେବେଠାରୁ ଏହାକୁ ନେଇ ଚାରିଆଡ଼ୁ ଆରମ୍ଭ ହୋଇଥିଲା ବିରୋଧ । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମୁଖ୍ୟପ୍ରଶାସନଙ୍କ ଉପରେ ବର୍ଷିବା ସହ କହିଛନ୍ତି କେଉଁ ଶାସ୍ତ୍ରରେ ମହାପ୍ରଭୁ ଅନିଦ୍ରା ହେବା କଥା ଲେଖା ହୋଇଛି । ରାତି ସାରା ଆପଣ ଅନିଦ୍ରା ରହିବେ ତ ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ଏ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି ମହାପ୍ରଭୁଙ୍କୁ ରାତିଅନିଦ୍ରା ରଖିବା ଅତ୍ୟନ୍ତ ନିନ୍ଦନୀୟ । ହିନ୍ଦୁ ଧର୍ମପ୍ରତି କୁଠାରଘାତ । ଜାଣିଶୁଣି ମହାପ୍ରଭୁଙ୍କୁ ରାତି ଅନିଦ୍ରା କରିବା ଠିକ୍ ନୁହେଁ । ଘଣ୍ଟାଏ ଦୁଇ ଘଣ୍ଟା ହେଉ ପଛେ ମହାପ୍ରଭୁଙ୍କ ପହୁଡ଼ ହେବା ଉଚିତ ବୋଲି ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି