Masthead

ମା’ ଲୋ ତୋତେ ଦୂରରୁ ଜୁହାର

କଟକ (ବଡ଼ ଖବର ବ୍ୟୁରୋ ): ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମଣ୍ଡପରେ ମହାଷ୍ଟମୀ ଓ ପୀଠେ ମହାନବମୀ । ସରିଛି ସନ୍ଧିପୂଜା, କିନ୍ତୁ ଜଗତଜନନୀଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । ସରକାରଙ୍କ କୋଭିଡ କଟକଣା ସାଜିଛି ସମସ୍ତଙ୍କ ପାଇଁ ଲକ୍ଷ୍ମଣରେଖା। ହଜାର ବର୍ଷର  କଟକ ସହର ଲାଗୁଛି ଖାଁ ଖାଁ । ନାହିଁ ସୁଉଚ୍ଚ ତୋରଣ, ନାହିଁ ରଙ୍ଗବେରଙ୍ଗର ଆଲୋକମାଳା ନା ଅଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

କରୋନା ମହାମାରୀ ଭୟ ଚଳିତ ବର୍ଷର ଦଶହରାକୁ ଫିକା କରିଦେଇଛି । ପ୍ରତ୍ୟେକ ପୂଜା ମଣ୍ଡପରେ ମା’ଙ୍କ ନୀତିକାନ୍ତି ଚାଲିଛି ପରଦା ପଛରେ । ମଣ୍ଡପକୁ ନ ଆସି ଘରେ ରହିବା ପାଇଁ ଆଦେଶ ଥିବାରୁ, ମଣ୍ଡପ ଭକ୍ତ ଶୂନ୍ୟ । ମା’ଙ୍କ ଶ୍ରୀମୁଖ ଦର୍ଶନ ଲାଗି ଆତୁର ଓ ଉତ୍କଣ୍ଠା ସହ ଅନେଇ ଆର ବର୍ଷକୁ ଅପେକ୍ଷା କରିଛି ଭକ୍ତ ।

ଐତିହାସିକ କଟକ ସହରର ଆରାଧ୍ୟ ଦେବୀ ମା’ କଟକଚଣ୍ଡୀଙ୍କ ଆଜି ହେଉଛି ମହାନବମୀ ପୂଜା । ଏହି ପୂଜାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥାନ୍ତି । କୋଳାହଳରେ କମ୍ପୁଥାଏ ମନ୍ଦିର ପରିସର । ମାଆଙ୍କ ଦର୍ଶନ ପାଇବା ପାଇଁ ସମସ୍ତେ ଥାନ୍ତି ଆତୁର । କିନ୍ତୁ ଚଳିତ ବର୍ଷ ଦେଖାଦେଇଛି ବ୍ୟତିକ୍ରମ ।

ମନ୍ଦିର ଓ ମଣ୍ଡପଠାରୁ ଦୂରରେ ରହି ଭକ୍ତ ହାତଯୋଡି ମା’ଙ୍କୁ ପ୍ରଣିପାତ କରୁଛି । ମା’ ପାଖକୁ ଯାଇପାରୁନଥିବାରୁ ଭକ୍ତର ହୃଦୟ ବିଦିନ୍ନ ହୋଇଯାଉଛି । ମହାମାରୀ କରୋନା ଭକ୍ତ ଓ ମା’ଙ୍କ ମଧ୍ୟରେ ଠିଆ କରିଛି ପାଚେରି । ଭକ୍ତର ବ୍ୟାକୁଳ ପ୍ରାଣ କହୁଛି, ମା’ଲୋ ଦୂରେ ଥାଇ କରୁଛି ଜୁହାର ।

ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ପୂଜା ମଣ୍ଡପ ସହିତ ଦେବୀଙ୍କ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍