Masthead

ରିୟଲ ହିରୋ ଯବାନ, ଗର୍ଭବତୀ ମହିଳାଙ୍କୁ ଦେଲେ ନୂଆ ଜୀବନ

ଜମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଦେଶର ରିୟଲ ହିରୋ..ଯବାନ । ପ୍ରବଳ ତୁଷାରପାତରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ସେନା । ଜାମ୍ମୁ କାଶ୍ମୀରର କୁପୱାରାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରବଳ ତୁଷାରପାତ ହେଉଥିବା ବେଳେ ସାହସର ସହ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ପାଇଁ ଗର୍ଭବତୀ ମହିଳା ଏକ ନୂଆ ଜୀବନ ପାଇଛନ୍ତି ।

ଭିଲଗ୍ରାମ ଆର୍ମି କ୍ୟାମ୍ପର ଯବାନମାନେ ଗର୍ଭବତୀ ମହିଳାଙ୍କୁ ଦେଇଛନ୍ତି ନୂଆ ଜୀବନ । ସୂଚନା ଅନୁସାରେ, ରାତ୍ରି ପ୍ରାୟ ୧୦.୪୦ ସମୟରେ ଭିଲଗାମ ଅଞ୍ଚଳରେ ଥିବା ଆର୍ମି କ୍ୟାମ୍ପକୁ ଏକ କଲ୍ ଆସିଥିଲା । ପ୍ରବଳ ତୁଷାରପାତ ମଧ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ସହ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଫୋନରେ କେହି ଜଣେ ଯବାନଙ୍କୁ ଅନୁରୋଧ କରିଥିଲେ ।

ତେବେ ଗତ ୨ ଦିନରୁ ପ୍ରବଳ ତୁଷାରପାତ ଯୋଗୁଁ ଖନବଲରୁ ପିଏଚସି ଭିଲଗାମ ପର୍ଯ୍ୟନ୍ତ ରାସ୍ତା ବରଫରେ ଆଚ୍ଛାଦିତ ହୋଇଥିଲା । କିନ୍ତୁ ଏସବୁ ବାଧାବିଘ୍ନକୁ ଅତିକ୍ରମ କରି କକ୍ରୋସା ଆର୍ମି କ୍ୟାମ୍ପ ସଫଳତାର ସହ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ପ୍ରବଳ ତୁଷାରପାତ ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଯବାନମାନେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା