Masthead

୩ଟା ହେଲେ ଛୁଟି ହୋଇଯାଉଛି ସ୍କୁଲ

ଗଜପତି (ବଡ଼ ଖବର ବ୍ୟୁରୋ): ୩ଟା ହେଲେ ଛୁଟି ହୋଇଯାଉଛି ସ୍କୁଲ । କେଉଁଠାରେ ଛାତ୍ରଛାତ୍ରୀ ନଥିବାରୁ କିମ୍ବା ନିୟମ ଅନୁସାରେ ସଂଖ୍ୟା କମ ଛାତ୍ରଛାତ୍ରୀ ହେବାରୁ ସରକାର ସ୍କୁଲ ବନ୍ଦ କରିଥାନ୍ତି । କିନ୍ତୁ ପାଠ ପଢିବାକୁ ପିଲା ଥାଇ, ପିଲାଙ୍କ ମଧ୍ୟରେ ପଢିବା ପାଇଁ ଇଛା ଥାଇ ମଧ୍ୟ କୁନି କୁନି ପିଲା ପାଠ ପଢିପାରୁ ନାହାଁନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଶଗଡିଆ ଗ୍ରାମ । ୨୦୧୫ରେ ପ୍ରାଥମୀକ ବିଦ୍ୟାଳୟ ଟିଏ ନିର୍ମାଣ କରି କାର୍ଯ୍ୟକ୍ଷମ କଲେ ସରକାର । କିନ୍ତୁ ଏଠାରେ କାର୍ଯ୍ୟରତ ଶିକ୍ଷକମାନେ ନିଜ ଇଛାରେ ବିଦ୍ୟାଳୟ ଆରମ୍ଭ କରି ନିଜ ଇଛାରେ ତାଲାପକାଉଥିବା ଅଭିଯୋଗ ହୋଇଛି । ଶଗଡିଆ ନୂତନ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪ଜଣ ଶିକ୍ଷକ ଏଠାରେ ପୋଷ୍ଟିଙ୍ଗ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ନିୟମିତ ୩ଜଣ ଆସୁଥିବା ବେଳେ ୨ଜଣ ୨ଟାରେ ଓ ଜଣେ ୩ଟାରେ ସ୍କୁଲରେ ତାଲା ଝୁଲାଇ ଚାଲିଯାଉଥିବା ଅଭିଯୋଗ ହୋଇଛି । ଏହି ସ୍କୁଲରେ ତିନୋଟି ଗ୍ରାମର ପିଲାମାନେ ଅଧ୍ୟୟନ କରୁଛନ୍ତି କିନ୍ତୁ ତିନିଟା ହେଲେ ଶିକ୍ଷକବିଦ୍ୟାଳୟର ତାଲା ପକାଇ ଘରକୁ ଚାଲିଯାଉଛନ୍ତି । ଗ୍ରାମବାସୀଙ୍କୁ ବାରମ୍ଭାର ଦୂରରୁ ଆସୁଥିବା କହି ଚାଲିଯାଉଛନ୍ତି ଶିକ୍ଷକ । ଗ୍ରାମବାସୀ ମଧ୍ୟ ସାଢେ ୩ଟାରେ ଶିକ୍ଷକ ମାନେ ଜିବୁ କହି ଦିନ ୨ଟାରେ ଚାଲିଯାଉଥିବାରୁ ଦୁଖଃ ପ୍ରକାଶ କରିଛନ୍ତି । ଏପରିକି ଗ୍ରାମର ସଡକ ଅବସ୍ଥା ଛାଡି କେବଳ ଶିକ୍ଷକ ବିରୋଧରେ କାହିଁକି କହୁଛ ବୋଲି ମଧ୍ୟ ଧମକ ଦେଇଥିବା ଗ୍ରାମବାସୀ କହିଛନ୍ତି । ଯାହା ଫଳରେ ସ୍କୁଲରେ ବସି ପାଠପଢା ସମୟରେ ପିଲାମାନେ ଗାଁରେ ଏଣେତେଣେ ବୁଲୁଛନ୍ତି ଏବଂ ସମ୍ପୂର୍ଣ୍ଣ ଶିକ୍ଷା ପିଲା ପାଇବାରୁ ବଞ୍ଚିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ