Masthead

ଭକ୍ତ ଶୂନ୍ୟ ପୂଜା ମଣ୍ଡପ

ବେଗୁନିଆ, (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ପବିତ୍ର ଦଶହରା । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଦଶହରାରେ ଗତବର୍ଷ ବେଗୁନିଆର ବିଭିନ୍ନ ପୂଜାମଣ୍ଡପ ଘଣ୍ଟ, ଶଙ୍ଖ ଏବଂ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଥିଲା। ମାତ୍ର ଚଳିତ ବର୍ଷ ମହାମାରୀ କରୋନା ଯେମିତି ଏସବୁ ଛଡାଇ ନେଇଛି। ରାଜ୍ୟରେ କରୋନା ମହାମାରୀ ହେତୁ ବେଗୁନିଆର ପୂଜା ମଣ୍ଡପ ଗୁଡିକ ଖାଁ ଖାଁ ଲାଗୁଛି। ନା ରହିଛି ପୂର୍ବଭଳି ଆଲୋକ ମାଳା, ନା ଦେଖିବାକୁ ମିଳୁଛି ସୁଉଚ୍ଚ ମେଢ଼। ବେଗୁନିଆର ଦୁର୍ଗା ମଣ୍ଡପରୁ ମନ୍ଦିର ଯାଏଁ କେବଳ ନୀତିକାନ୍ତି ଛଡା କୌଣସି ସ୍ଥାନରେ ଆଡ଼ମ୍ବରରେ ପୂଜା ହେଉନଥିବା ଦେଖିବାକୁ ମିଳିଛି। ଅଦୃଶ୍ୟ ଭୁତାଣୁର କଷ୍ଟ ଆଉ କଟକଣା ଯେପରି ଛଡାଇ ନେଇଛି ଏହି ଦଶହରାର ମଉଜକୁ।

ଅନ୍ୟପଟେ ଦୁର୍ଗା ମଣ୍ଡପରେ ଜଗତଜନନୀ ମା’ଦୁର୍ଗା । ଦଶଭୁଜରେ ମଂହିସାଶୁର ବଦ୍ଧ କରିବାର ଦୃଶ୍ୟ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ମଧ୍ୟ କରୋନା କଟକଣା ପାଇଁ ଭକ୍ତ ଶୂନ୍ୟ ହୋଇପଡିଛି ପୂଜା ମଣ୍ଡପ । ବ୍ୟାକୁଳ ନେତ୍ରରେ ମା’ଙ୍କ ଆର୍ଶୀବାଦ ପାଇବାପାଇଁ ଚାହିଁ ବସିଥିବା ଭକ୍ତମାନେ ଏବେ ନିରାଶ ହୋଇଛନ୍ତି । ତେବେ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପରେ କୋଭିଡ ନିୟମାନୁଯାୟୀ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ