Masthead

ଭକ୍ତ ଶୂନ୍ୟ ପୂଜା ମଣ୍ଡପ

ବେଗୁନିଆ, (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ପବିତ୍ର ଦଶହରା । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଦଶହରାରେ ଗତବର୍ଷ ବେଗୁନିଆର ବିଭିନ୍ନ ପୂଜାମଣ୍ଡପ ଘଣ୍ଟ, ଶଙ୍ଖ ଏବଂ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଥିଲା। ମାତ୍ର ଚଳିତ ବର୍ଷ ମହାମାରୀ କରୋନା ଯେମିତି ଏସବୁ ଛଡାଇ ନେଇଛି। ରାଜ୍ୟରେ କରୋନା ମହାମାରୀ ହେତୁ ବେଗୁନିଆର ପୂଜା ମଣ୍ଡପ ଗୁଡିକ ଖାଁ ଖାଁ ଲାଗୁଛି। ନା ରହିଛି ପୂର୍ବଭଳି ଆଲୋକ ମାଳା, ନା ଦେଖିବାକୁ ମିଳୁଛି ସୁଉଚ୍ଚ ମେଢ଼। ବେଗୁନିଆର ଦୁର୍ଗା ମଣ୍ଡପରୁ ମନ୍ଦିର ଯାଏଁ କେବଳ ନୀତିକାନ୍ତି ଛଡା କୌଣସି ସ୍ଥାନରେ ଆଡ଼ମ୍ବରରେ ପୂଜା ହେଉନଥିବା ଦେଖିବାକୁ ମିଳିଛି। ଅଦୃଶ୍ୟ ଭୁତାଣୁର କଷ୍ଟ ଆଉ କଟକଣା ଯେପରି ଛଡାଇ ନେଇଛି ଏହି ଦଶହରାର ମଉଜକୁ।

ଅନ୍ୟପଟେ ଦୁର୍ଗା ମଣ୍ଡପରେ ଜଗତଜନନୀ ମା’ଦୁର୍ଗା । ଦଶଭୁଜରେ ମଂହିସାଶୁର ବଦ୍ଧ କରିବାର ଦୃଶ୍ୟ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ମଧ୍ୟ କରୋନା କଟକଣା ପାଇଁ ଭକ୍ତ ଶୂନ୍ୟ ହୋଇପଡିଛି ପୂଜା ମଣ୍ଡପ । ବ୍ୟାକୁଳ ନେତ୍ରରେ ମା’ଙ୍କ ଆର୍ଶୀବାଦ ପାଇବାପାଇଁ ଚାହିଁ ବସିଥିବା ଭକ୍ତମାନେ ଏବେ ନିରାଶ ହୋଇଛନ୍ତି । ତେବେ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପରେ କୋଭିଡ ନିୟମାନୁଯାୟୀ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ