Masthead

ପଦ୍ମ ଧରିବେ ନରେନ, ପ୍ରେମାନନ୍ଦ ଓ ରାଜେନ୍ଦ୍ର ଦାସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ହେବିୱେଟ ନେତାଙ୍କ ଦଳ ଡ଼ିଆଁ । ୨୪ ନିର୍ବାଚନ ପୂର୍ବରୁ ମାଳ ମାଳ ଆଶାୟୀଙ୍କ ଭିତରେ ତୀବ୍ର ହେଲାଣି ବିବାଦ। ବିଜେଡି ପାଇଁ ଖୋଲାଖୋଲି ବିଦ୍ରୋହ ସାଜିଲାଣି ମୁଣ୍ଡବିନ୍ଧା। ଆଜି ବିଜେପିରେ ମିଶିପାରନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । କିଛି ଦିନ ପୂର୍ବରୁ ବିଜେଡିରୁ ଦେଇଥିଲେ ଇସ୍ତଫା । ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଜେପିରେ ବିଧିବଦ୍ଧ ଭାବେ ଆଜି ସାମିଲ ହୋଇପାରନ୍ତି। ଏବେ ସେ ତେଲକୋଇରୁ ବିଧାୟକ ଅଛନ୍ତି ।

ସେହିପରି ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବି ବିଜେପିରେ ସାମିଲ ହେବେ । ଧାମନଗର ଉପନିର୍ବାଚନ ବେଳେ ବେଶ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ । ବିଜେଡିରୁ ଟିକେଟ ନପାଇ ସ୍ୱାଧୀନ ଭାବେ ଲଢିଥିଲେ । ଅନ୍ୟପଟେ ପଦ୍ମ ଧରିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ । କାଲି କଂଗ୍ରେସ ଛାଡ଼ିଲେ ଆଜି ବିଜେପିରେ ମିଶିବେ । ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ । ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ବଞ୍ଚିତ ହୋଇଥିଲେ ।

ଚଳିତ ନିର୍ବାଚନରେ ପୁଣି ଲଢ଼ିବାକୁ ଆଶା ଥିବା ଚର୍ଚ୍ଚା । ତେବେ ଶେଷ ମୁହୂର୍ତ୍ତରେ ସେଥିରୁ ବଞ୍ଚିତ ହୋଇଥିଲେ। ସେବେଠୁ କଂଗ୍ରେସରେ ଥାଇ ମଧ୍ୟ ସକ୍ରିୟ ରାଜନୀତି ଠାରୁ ଦୂରରେ ଥିଲେ ନରେନ। ତେବେ ଚଳିତ ନିର୍ବାଚନରେ ପୁଣି ଥରେ ସେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା, ତାଙ୍କ ସମର୍ଥକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଏଭିତରେ ନରେନ ନିଜେ ସୂଚନା ଦେଇଛନ୍ତି ଯେ, ଆଜି ସେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ପଦ୍ମ ଧରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼