Masthead

ଭତ୍ତାରୁ ବଞ୍ଚିତ ଆଦିବାସୀ ଦିବ୍ୟାଙ୍ଗ 

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ବାଟ ହୁଡୁଛି ସରକାରୀ ଯୋଜନା । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଫାଇଦା । ଅସହାୟ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଭତ୍ତାରୁ ବଞ୍ଚିତ ହେଉଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତ ପୁବୋଳ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ ।  ଗାଁର ଚନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ମାନି ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ତାଙ୍କୁ ଭତ୍ତା ମିଳୁନାହିଁ । ଜନ୍ମରୁ ପୋଲିଓ ଆକ୍ରାନ୍ତ ଅଛନ୍ତି ମାନି । ଦୀର୍ଘବର୍ଷ ହେବ ଭତ୍ତା ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳିନାହିଁ ।

ବିବାହ ପରେ ୨୦୧୮ରେ ଭତ୍ତା ପାଇଁ ଆବେଦନ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ଭିନ୍ନକ୍ଷମ ପ୍ରମାଣପତ୍ର ଆବଶ୍ୟକତା ଥିବା ଜାଣିବାକୁ ପାଇଥିଲେ । ନିରକ୍ଷର ମାନି କିପରି ଓ କେଉଁଠାରୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଡ଼ କରିବେ ଚିନ୍ତାରେ ପଡ଼ିଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ସୁକିନ୍ଦା ବ୍ଲକରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଯାଇ ଗତବର୍ଷ ପ୍ରମାଣପତ୍ର ଆଣିଥିଲେ ।

ଭିନ୍ନକ୍ଷମ ପ୍ରମାଣପତ୍ର ସହ ପଞ୍ଚାୟତରେ ବିକଳାଙ୍ଗ ଭତ୍ତା ପାଇଁ ଆବେଦନ କରିଛନ୍ତି ମାନି । ଦୀର୍ଘ ବର୍ଷେ ହେବ ପ୍ରମାଣପତ୍ର ଦେଇଥିଲେ ସୁଦ୍ଧା ଭତ୍ତା ମିଳିନାହିଁ । ଯାହାକୁ ନେଇ ସେ ଚିନ୍ତାରେ ରହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଅକ୍ଷୟ ନାଏକଙ୍କୁ ଗୁହାରି କରିଥିଲେ ସୁଦ୍ଧା ସେ ଶୁଣୁନାହାନ୍ତି । ଅକ୍ଷୟ କହିଛନ୍ତି ଯେ ପଞ୍ଚାୟତର ସମସ୍ତ ଆବେଦନକାରୀଙ୍କ ପ୍ରମାଣପତ୍ର ବ୍ଲକ ଅଫିସକୁ ପଠାଯାଇଛି । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଭତ୍ତା ମିଳିବ । ଏବେ ଦେଖିବାକୁ ବାକି ରହିଲା କେବେ ମିଳିଛି ମାନିଙ୍କୁ ଭତ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା