Masthead

ଭତ୍ତାରୁ ବଞ୍ଚିତ ଆଦିବାସୀ ଦିବ୍ୟାଙ୍ଗ 

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ବାଟ ହୁଡୁଛି ସରକାରୀ ଯୋଜନା । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଫାଇଦା । ଅସହାୟ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଭତ୍ତାରୁ ବଞ୍ଚିତ ହେଉଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତ ପୁବୋଳ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ ।  ଗାଁର ଚନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ମାନି ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ତାଙ୍କୁ ଭତ୍ତା ମିଳୁନାହିଁ । ଜନ୍ମରୁ ପୋଲିଓ ଆକ୍ରାନ୍ତ ଅଛନ୍ତି ମାନି । ଦୀର୍ଘବର୍ଷ ହେବ ଭତ୍ତା ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳିନାହିଁ ।

ବିବାହ ପରେ ୨୦୧୮ରେ ଭତ୍ତା ପାଇଁ ଆବେଦନ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ଭିନ୍ନକ୍ଷମ ପ୍ରମାଣପତ୍ର ଆବଶ୍ୟକତା ଥିବା ଜାଣିବାକୁ ପାଇଥିଲେ । ନିରକ୍ଷର ମାନି କିପରି ଓ କେଉଁଠାରୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଡ଼ କରିବେ ଚିନ୍ତାରେ ପଡ଼ିଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ସୁକିନ୍ଦା ବ୍ଲକରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଯାଇ ଗତବର୍ଷ ପ୍ରମାଣପତ୍ର ଆଣିଥିଲେ ।

ଭିନ୍ନକ୍ଷମ ପ୍ରମାଣପତ୍ର ସହ ପଞ୍ଚାୟତରେ ବିକଳାଙ୍ଗ ଭତ୍ତା ପାଇଁ ଆବେଦନ କରିଛନ୍ତି ମାନି । ଦୀର୍ଘ ବର୍ଷେ ହେବ ପ୍ରମାଣପତ୍ର ଦେଇଥିଲେ ସୁଦ୍ଧା ଭତ୍ତା ମିଳିନାହିଁ । ଯାହାକୁ ନେଇ ସେ ଚିନ୍ତାରେ ରହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଅକ୍ଷୟ ନାଏକଙ୍କୁ ଗୁହାରି କରିଥିଲେ ସୁଦ୍ଧା ସେ ଶୁଣୁନାହାନ୍ତି । ଅକ୍ଷୟ କହିଛନ୍ତି ଯେ ପଞ୍ଚାୟତର ସମସ୍ତ ଆବେଦନକାରୀଙ୍କ ପ୍ରମାଣପତ୍ର ବ୍ଲକ ଅଫିସକୁ ପଠାଯାଇଛି । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଭତ୍ତା ମିଳିବ । ଏବେ ଦେଖିବାକୁ ବାକି ରହିଲା କେବେ ମିଳିଛି ମାନିଙ୍କୁ ଭତ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ