ପଞ୍ଚମ ଥର ପାଇଁ ଋଷର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ରୁଷ ରାଷ୍ଟ୍ରପତି ନିର୍ବାଚନରେ ପୁଟିନଙ୍କ ବିଜୟ । ନିର୍ବାଚନରେ ରେକର୍ଡ ବିଜୟ ସହ ରଚିଲେ ଇତିହାସ । ପଞ୍ଚମ ଥର ପାଇଁ ଋଷର ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ୮୭.୩ ପ୍ରତିଶତ ଭୋଟ ପାଇ ରାଷ୍ଟ୍ରପତି ରେସରେ ଆଗରେ ରହିଛନ୍ତି ପୁଟିନ । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ ୬ ବର୍ଷ ପାଇଁ ଶାସନ କରିବେ । ଏନେଇ ଦେଶର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରବିବାର ଏହି ସୂଚନା ଦେଇଥିଲେ ।

ପ୍ରାଥମିକ ଫଳାଫଳ ଅନୁଯାୟୀ ପୁଟିନ ରାଷ୍ଟ୍ରପତି ନିର୍ବାଚନ ରେସରେ ଆଗରେ ରହିଛନ୍ତି । ପଞ୍ଚମ ଥର ପାଇଁ ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଦେଶବାସୀଙ୍କୁ ମସ୍କୋରେ ଥିବା ମୁଖ୍ୟାଳୟରେ ବିଜୟ ଅଭିଭାଷଣ ଦେଇଥିଲେ ପୁଟିନ । ସେ କହିଥିଲେ, ଦେଶର ଏକମାତ୍ର ଶକ୍ତି ଉତ୍ସ ହେଉଛନ୍ତି ଋଷର ଲୋକେ । ଯେତେବେଳେ ଦେଶର ଭବିଷ୍ୟତ ନିର୍ମାଣ କଥା ଆସେ ସେତେବେଳେ ପ୍ରତ୍ୟେକ ନାଗରିକଙ୍କ ଭୋଟ୍ ମୂଲ୍ୟବାନ ।” ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ଭୋଟ୍ ଗଣନା କରାଯାଇଥିଲ । ପୁଟିନ ଆନୁମାନିକ ୮୭.୩ ପ୍ରତିଶତ ସହ ରାଷ୍ଟ୍ରପତି ରେସରେ ଆଗରେ ରହିଥିବା ସିଇସି ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’