Masthead

ହୋମଗାର୍ଡଙ୍କ ଦାଦାଗିରି

ଖଇରା, (ବଡ଼ ଖବର ବ୍ୟୁରୋ): ପୋଲିସର ପଥର ମାଡ଼ରେ ଯୁବକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ । ଖଇରା ଥାନାର ହୋମଗାର୍ଡ ଜଗବନ୍ଧୁ ବାରିକଙ୍କ ଆକ୍ରମଣରେ ପୁରୁଷୋତ୍ତମପୁର ଗ୍ରାମର ଦିନବନ୍ଧୁ ବେହେରା ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ ଗତକାଲି ଦିନବନ୍ଧୁ ଖଇରା ବାସୁଳୀ ମନ୍ଦିରରୁ ପ୍ରସାଦ ସାରି ଫେରୁଥିବା ସମୟରେ ଏତେ ରାତି ଯାଏଁ ବାହାରେ କାହିଁକି ବୁଲୁଛୁ ବୋଲି ପ୍ରଶ୍ନ କରିଥିଲେ ହୋମଗାର୍ଡ ଜଣକ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ୟକ୍ତ ହୋଇ ଜଗବନ୍ଧୁ ଏକ କଂକ୍ରିଟ ପଥରଖଣ୍ଡରେ ଦିନବନ୍ଧୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ମୁଣ୍ଡ ଫାଟିଯିବା ସହ ଆଖିପତା ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଖବର ପାଇ ପରିବାର ଲୋକେ ଦିନବନ୍ଧୁଙ୍କୁ ଚେତା ଶୁନ୍ୟ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଖଇରା ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଥିବା ସହ ତଦନ୍ତ କରି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖଇରା ଥାନା ଅଧିକାରୀ । ତେବେ ହୋମ ଗାର୍ଡଙ୍କ ଏଭଳି ଆଚରଣକୁୁ ନାପସନ୍ଦ କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ