Masthead

୩୭ ବର୍ଷ ହେବ ବିନା ଖାଦ୍ୟରେ ବଞ୍ଚିଛନ୍ତି ମହିଳା

ବାହାନଗା (ବଡ଼ ଖବର ବ୍ୟୁରୋ): ଏମିତି ବି ଜଣେ ମହିଳା ଅଛନ୍ତି ଯିଏକି ୩୭ ବର୍ଷ ହେବ ଖାଦ୍ୟ ଓ ଔଷଧ ବିନା ଜୀବନ ବିତାଉଛନ୍ତି । ବିଶ୍ୱାସ ହେଉ ନଥିଲେବି ଘଟଣାଟି ସମ୍ପୂର୍ଣ୍ଣ ସତ । ଜଣେ ୪୭ ବର୍ଷୀୟ ମହିଳା ବିନା ଖାଦ୍ୟରେ ଚାଲି ପାରୁଛନ୍ତି, ବୁଲିବି ପାରୁଛନ୍ତି, କାମବି କରିପାରୁଛନ୍ତି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅସିମିଳା ଗ୍ରାମରେ ଶାନ୍ତିଲତା ଜେନା । ବୟସ ୪୭ ବର୍ଷ । କିନ୍ତୁ ଦୀର୍ଘ ୩୭ ବର୍ଷ ହେବ ବିନା ଖାଦ୍ୟ ଏବଂ ବିନା ଔଷଧ ରେ ଜୀବନ ବିତାଉଛନ୍ତି ।

ଦିନ ସାରା କେବଳ ଦୁଇ ତିନି ଥର ପାଣି ପିଉଥିବା କହିଛନ୍ତି ନିଜେ ଶାନ୍ତି ଲତା । ଘର ପାଖରେ ଥିବା ଏକ ଶନିଶ୍ଚର ମନ୍ଦିରରେ ପୂଜକ ଭାବରେ କାମ କରିଥାନ୍ତି । କାମ କରିବାକୁ ବଳ କମି ଗଲେ ଝୁଣା ଧୂଆଁ ଏବଂ ଧୂପ ଧୂଆ ମୁଁହ ପାଖରେ ଲଗାଇ ଦେଲେ ବଳ ଆସିଯାଏ ବୋଲି କହିଛନ୍ତି । ଶାନ୍ତି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହଠାତ ବିଦ୍ୟାଳୟରେ ବାନ୍ତି ହୋଇଥିଲା । ଶିକ୍ଷକମାନେ ଶାନ୍ତିକୁ ଘରକୁ ନେଇ ଆସିଥିଲେ । ସେବେ ଠାରୁ କିଛି ଦିନ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଭଲ ହୋଇ ନଥିଲେ ଶାନ୍ତି ।

ଯାହା ଖାଇଲେ ବି ବାନ୍ତି ହୋଇ ଯାଉଥିଲା । ଯାହା ଔଷଧ ଦେଲେ ମଧ୍ୟ କୌଣସି କାମ କରିନଥିଲା । ସେବେ ଠାରୁ ଖାଦ୍ୟ ଖାଇବା ବନ୍ଦ କରିବା ସହ କେବଳ ପାଣି ପିଇ ଶନିଶ୍ଚରଙ୍କୁ ପୂଜାଅର୍ଚ୍ଚନାରେ ଲାଗି ପଡିଛନ୍ତି ଏହି ମହିଳା ଜଣକ । ପରିବାରର ଭାଉଜ ମଧ୍ୟ ଶାନ୍ତି ବିନା ଖାଦ୍ୟ ଓ ବିନା ଔଷଧ ରେ ଜୀବନ ଜିଉଥିବା କଥା କହିଛନ୍ତି । ଶନିଶ୍ଚରଙ୍କ କୃପାରୁ ସମ୍ଭବ ବୋଲି ଭାଉଜ ପ୍ରମିଳା ଜେନା କହିଛନ୍ତି । ଦୀର୍ଘ ୩୭ ହେବ ବିନା ଖାଦ୍ୟ, ବିନା ଔଷଧ ରେ ଜଣେ ମହିଳା ଜୀବନ ଯାପନ କରିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ