Masthead

୩୭ ବର୍ଷ ହେବ ବିନା ଖାଦ୍ୟରେ ବଞ୍ଚିଛନ୍ତି ମହିଳା

ବାହାନଗା (ବଡ଼ ଖବର ବ୍ୟୁରୋ): ଏମିତି ବି ଜଣେ ମହିଳା ଅଛନ୍ତି ଯିଏକି ୩୭ ବର୍ଷ ହେବ ଖାଦ୍ୟ ଓ ଔଷଧ ବିନା ଜୀବନ ବିତାଉଛନ୍ତି । ବିଶ୍ୱାସ ହେଉ ନଥିଲେବି ଘଟଣାଟି ସମ୍ପୂର୍ଣ୍ଣ ସତ । ଜଣେ ୪୭ ବର୍ଷୀୟ ମହିଳା ବିନା ଖାଦ୍ୟରେ ଚାଲି ପାରୁଛନ୍ତି, ବୁଲିବି ପାରୁଛନ୍ତି, କାମବି କରିପାରୁଛନ୍ତି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅସିମିଳା ଗ୍ରାମରେ ଶାନ୍ତିଲତା ଜେନା । ବୟସ ୪୭ ବର୍ଷ । କିନ୍ତୁ ଦୀର୍ଘ ୩୭ ବର୍ଷ ହେବ ବିନା ଖାଦ୍ୟ ଏବଂ ବିନା ଔଷଧ ରେ ଜୀବନ ବିତାଉଛନ୍ତି ।

ଦିନ ସାରା କେବଳ ଦୁଇ ତିନି ଥର ପାଣି ପିଉଥିବା କହିଛନ୍ତି ନିଜେ ଶାନ୍ତି ଲତା । ଘର ପାଖରେ ଥିବା ଏକ ଶନିଶ୍ଚର ମନ୍ଦିରରେ ପୂଜକ ଭାବରେ କାମ କରିଥାନ୍ତି । କାମ କରିବାକୁ ବଳ କମି ଗଲେ ଝୁଣା ଧୂଆଁ ଏବଂ ଧୂପ ଧୂଆ ମୁଁହ ପାଖରେ ଲଗାଇ ଦେଲେ ବଳ ଆସିଯାଏ ବୋଲି କହିଛନ୍ତି । ଶାନ୍ତି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହଠାତ ବିଦ୍ୟାଳୟରେ ବାନ୍ତି ହୋଇଥିଲା । ଶିକ୍ଷକମାନେ ଶାନ୍ତିକୁ ଘରକୁ ନେଇ ଆସିଥିଲେ । ସେବେ ଠାରୁ କିଛି ଦିନ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଭଲ ହୋଇ ନଥିଲେ ଶାନ୍ତି ।

ଯାହା ଖାଇଲେ ବି ବାନ୍ତି ହୋଇ ଯାଉଥିଲା । ଯାହା ଔଷଧ ଦେଲେ ମଧ୍ୟ କୌଣସି କାମ କରିନଥିଲା । ସେବେ ଠାରୁ ଖାଦ୍ୟ ଖାଇବା ବନ୍ଦ କରିବା ସହ କେବଳ ପାଣି ପିଇ ଶନିଶ୍ଚରଙ୍କୁ ପୂଜାଅର୍ଚ୍ଚନାରେ ଲାଗି ପଡିଛନ୍ତି ଏହି ମହିଳା ଜଣକ । ପରିବାରର ଭାଉଜ ମଧ୍ୟ ଶାନ୍ତି ବିନା ଖାଦ୍ୟ ଓ ବିନା ଔଷଧ ରେ ଜୀବନ ଜିଉଥିବା କଥା କହିଛନ୍ତି । ଶନିଶ୍ଚରଙ୍କ କୃପାରୁ ସମ୍ଭବ ବୋଲି ଭାଉଜ ପ୍ରମିଳା ଜେନା କହିଛନ୍ତି । ଦୀର୍ଘ ୩୭ ହେବ ବିନା ଖାଦ୍ୟ, ବିନା ଔଷଧ ରେ ଜଣେ ମହିଳା ଜୀବନ ଯାପନ କରିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼