Masthead

୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ର ୧୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ଉଇକେଟରେ ହରାଇ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ୧୨୫/୯ରେ ସୀମିତ ରହିଥିଲା। ଜବାବରେ ରାଜସ୍ଥାନ ୧୫.୩ ଓଭରରେ ୪ ଉଇକେଟ ହରାଇ ୧୨୭ ରନ୍‌ କରି ବିଜୟୀ ହୋଇଥିଲା। ଟସ୍‌ ହାରି ପ୍ରଥମେ ବୋଲିଂ କରିଥିଲା ରାଜସ୍ଥାନ ।

ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ରୋହିତ ଶର୍ମା ଓ ନମନ ଧୀରଙ୍କୁ ଆଉଟ କରିଥିଲେ ବୋଲ୍ଟ। ଡଓ୍ବୋଲ୍ଡ ବ୍ରେଭିସ୍‌ ଇମ୍ପାକ୍ଟ ସବ୍‌ ଭାବରେ ଆସିଥିଲେ ମଧ୍ୟ ଖାତା ଖୋଲିବା ଆଗରୁ ବୋଲ୍ଟଙ୍କ ଶିକାର ହୋଇଥିଲେ। ଇଶାନ କିଶନ ୧୬ ରନ୍‌ ଆଉଟ ହେବାରୁ ମୁମ୍ବାଇ ୨୦ ରନ୍‌ରେ ୪ ଉଇକେଟ ହରାଇଥିଲା। ପରବର୍ତ୍ତୀ ଦୁଇ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଳକ ବର୍ମା ୩୨ ରନ କାଉଣ୍ଟର ଆଟାକ କରିଥିଲେ। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ଟି ଲେଖାଏ,ନାନ୍ଦ୍ରେ ବର୍ଗର ୨ ଓ ଆଭେଶ ଖାନ୍‌ ଗୋଟିଏ ଉଇକେଟ ନେଇଥିଲେ। ୧୨୬ ରନ୍‌ର ପିଛା କରୁଥିବା ରାଜସ୍ଥାନ ପକ୍ଷରୁ ରିୟାନ ପରାଗ ଅପରାଜି ୫୪ ରନ କରିଥିଲେ। ୩୯ ବଲ୍‌ର ଇନିଂସରେ ସେ ୫ ଚୌକା ଓ ୩ ଛକା ମାରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ