Masthead

ପ୍ରାର୍ଥୀ ଘୋଷଣା ପରେ ବିଜେଡି ସଭାପତି ପଦରୁ ହଟିଲେ ସୁଧୀର , ଭାସ୍କର ରାଓ ହେଲେ ସଭାପତି

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଅନୁସୟା ମାଝୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଗତ ୯ଦିନ ଧରି ଲାଗିରହିଥିବା ଉଷ୍ମତାର ଅବସାନ ଘଟିଛି। ବଳ କଷାକଷି ସରିଛି। ବିଜୁଜନତା ଦଳ ଜିଲ୍ଲା ସଭାପତି ପଦରୁ ସୁଧୀର ଦାସଙ୍କୁ ହଟାଇ ଦିଆଯାଇଛି। ଆଉ ପୂର୍ବତନ ରାଜ୍ୟସଭା ସାଂସଦ, ରାଜ୍ୟ ବିଜେଡି ଉପସଭାପତି ଏନ ଭାସ୍କର ରାଓଙ୍କୁ ଜିଲ୍ଲା ସଭାପତି ରୂପେ ଘୋଷଣା କରି ଭାସ୍କରଙ୍କ ମାନଭଞ୍ଜନ କରାଯାଇଛି। ତେବେ ଜଣେ ପ୍ରାର୍ଥୀଙ୍କୁ ନେଇ ବିଜୁଜନତା ଦଳର ଏଭଳି ନିଷ୍ପତିକୁ ନେଇ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଗତ ପାଞ୍ଚ ବର୍ଷ ଧରି ରାୟଗଡା ଜିଲ୍ଲା ବିଜେଡି ଦଳ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଆମେ ଏକ ବୋଲି ଯେତେ ଲୁଚାଇବା ଚେଷ୍ଟା କଲେ ମଧ୍ୟ ଦଳର ବିଭିନ୍ନ ସଭା ସମିତି ମଞ୍ଚ ଠାରୁ ଆରମ୍ଭକରି ସରକାରୀ ବେସରକାରୀ କାର୍ଯ୍ୟକ୍ରମରେ ଭିତରୁ ଭିତରୁ ଦଳ ଯେ କେତେ ଫଟା ଦଦରା ତାହା ସ୍ପଷ୍ଟ ବାରି ହୋଇ ପଡୁଥିଲା। ୨୦୨୪ ନିର୍ବାଚନରେ ଅଣ୍ଟି ତଳର ନିଆଁ ଏକ ବିସ୍ଫୋରକ ରୂପ ନେବ ଏହା ରାଜନୈତି ସମୀକ୍ଷକମାନେ ଆକଳନ କରୁଥିଲେ। ଗତ ୨୭ରେ ଦଳର ସଭାପତି ରାୟଗଡା ନିର୍ବାଚନ ମଣ୍ଡଳୀରୁ ମହିଳା ପ୍ରାର୍ଥୀ ଅନୁସୟା ମାଝୀଙ୍କ ନାମ ଘୋଷଣା ପରେ ପ୍ରକୃତରେ ବିସ୍ଫୋରଣ ଘଟିଥିଲା। ଅନୁସୟାଙ୍କୁ ନେଇ କୁହୁଳୁ ଥିବା ନିଆଁ ବହ୍ନୀର ରୂପ ନେଇଥିଲା।

ଭାସ୍କରଙ୍କ ଶିବିରରୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ବିଜେଡି ଦଳ ଘନ ଘନ ପ୍ରେସମିଟ ବହୁ ପଦପଦବୀ ଧାରୀ ବରିଷ୍ଠ ନେତୃତ୍ବ ଦଳରୁ ଇସ୍ତଫା ଦେବା ପରେ ଉଭୟ ଗୋଷ୍ଠୀକୁ ଶଙ୍ଖ ଭବନରେ ହାଜର ହେବା ପାଇଁ ଡକରା ଆସିଥିଲା। ଆଲୋଚନା ପରେ ଅନୁସୟାଙ୍କ ପ୍ରାର୍ଥୀତ୍ବରେ ପରିବର୍ତ୍ତନ ହେଲା ନାହିଁ। କିନ୍ତୁ ଜିଲ୍ଲା ସଭାପତି ପଦ ବଦଳି ଗଲା । ଭାସ୍କରଙ୍କୁ ଜିଲ୍ଲା ବିଜେଡି ଦଳର ସଭାପତି ରୂପେ ନାମ ଘୋଷଣା କରି ଭାସ୍କରଙ୍କ ମନକୁ ବୁଝାଇ ଦେଲା ସତ କିନ୍ତୁ ପ୍ରାର୍ଥୀ ଅନୁସୟାଙ୍କୁ ନେଇ ଭାସ୍କରଙ୍କ ଅନୁଗତ୍ୟ କରିଥିବା ଦାବି ଦାବିରେ ହିଁ ରହିଗଲା।

ତେଣେ ସଭାପତି ପଦରୁ ହଟାଇ ଦଳ ସୁଧିରଙ୍କୁ ବିଷମକଟକ ମଣ୍ଡଳୀର ନିର୍ବାଚନ ଦାୟିତ୍ୱ ଦେଇ ସନ୍ତୋଷ କରିଥିବା ବେଳେ କାଶୀପୁରରେ ରହି ଗୋଟି ଚାଳନା କରୁଥିବା କୃଷ୍ଣ ମହାପାତ୍ରଙ୍କୁ ରାୟଗଡା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇଥିବା ବିଜେଡି ଦଳର ପ୍ରେସ ରିଲିଜରୁ ଜଣାପଡିଛି। ତେବେ ପ୍ରଶ୍ନ ଉଠୁଛି ତିକ୍ତତା ଭିତର ଦେଇ ଗତି କରୁଥିବା ଜିଲ୍ଲାର ଏହି ବରିଷ୍ଠ ଦଳରୁ ମତାନ୍ତର ହଟିବ କି । ଆଉ ତିନୋଟି ନିର୍ବାଚନ ମଣ୍ଡଳୀରେ ଏକ ମନ ହୋଇ ସୁଧିର, ଭାସ୍କର ନିର୍ବାଚନ ଲଡିବେ କି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ