Masthead

ତେଲକୋଇରେ ଛିଡ଼ୁନି ବିଜେଡିର ଗୋଷ୍ଠୀ କନ୍ଦଳ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ଦଳ ଅଧାରୁ ଅଧିକ ପ୍ରାର୍ଥୀ ଘୋଷଣା କରିବା ପରେ ସରଗରମ ହେଲାଣି ରାଜନୀତି ମଇଦାନ । ତେବେ କେନ୍ଦୁଝର ଜିଲ୍ଲାର ତେଲକୋଇ ନିର୍ବାଚନମଣ୍ଡଳିରେ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାରକୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ରତର ହେଉଛି । ପ୍ରେମାଙ୍କ ପରେ ଗତକାଲି ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ବିଜେପିରେ ସାମିଲ ହେବା ପରେ ମଧ୍ୟ ବିଜେପିର ବିଧାୟକ ପାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ।

ତେବେ ତେଲକୋଇରେ ଧୀରେ ଧୀରେ ବିଜେଡିର ଓଜନ କମିବାରେ ଲାଗୁଛି । ବିଜେଡି ତେଲକୋଇର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଏବଂ କେନ୍ଦୁଝର ଲୋକସଭା ପାଇଁ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ଗତ ୧୬ ତାରିଖ ଉଭୟ ମିଳିତ ଭାବେ ପ୍ରଚାର ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ପ୍ରଚାର ପରେ ଠାକୁରପଡା ଗ୍ରାମରେ ଆୟୋଜନ ହୋଇଥିବା ସଭାରେ ଚେୟାର ଖାଲି ପଡ଼ିଥିବା ଚିତ୍ର ଗୋଷ୍ଠୀ କନ୍ଦଳର ପ୍ରତିଫଳିତ ରୂପକୁ ଦର୍ଶାଉଛି ।

ଅନ୍ୟପକ୍ଷରେ ତେଲକୋଇ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ପିଟାପିଟି ପଂଚାୟତ ଅନ୍ତର୍ଗତ ଝାଡ଼ପୋଖରୀ ଗ୍ରାମରେ ବୈଠକ କରି ମାଧବ ସର୍ଦ୍ଦାରଙ୍କୁ ବିରୋଧ କରିବା ସହ ଶପଥ ପାଠ କରି ଆଗାମୀ ରାଲିରେ କି କୌଣସି ପ୍ରଚାର କାର୍ଯ୍ୟରେ ଯୋଗ ଦେବୁନାହିଁ ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’?