Masthead

ଛେଳିଗଡ ଜଳ ପ୍ରକଳ୍ପ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିଙ୍କ ମୁଖ୍ୟ ରାସ୍ତାରୋକ

ମୋହନା (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ରା. ଉଦୟଗିରି ଛେଳିଗଡ ମେଗା ଜଳପ୍ରକଳ୍ପ ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ ସଭାପତି ଚୈତନ୍ୟ ସାହୁଙ୍କ ସମେତ ଶତାଧିକ ବୁଡି ଅଞ୍ଚଳ ଲୋକେ ୧୫ ଦଫା ଦାବି ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ପ୍ରକଳ୍ପଟି ଦୀର୍ଘ ୨୦ ରୁ ୨୫ ବର୍ଷ ହେବ କାର୍ଯ୍ୟ ଚାଲୁ ରହିଥିବା ବେଳେ ବୁଡି ଅଂଚଳବାସୀଙ୍କୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରି ରାଜ୍ୟ ସରକାର ଏବଂ ପ୍ରକଳ୍ପ ଅଧିକାରୀଙ୍କ ଦ୍ଵାରା ବୁଡି ଅଂଚଳ ବାସୀଙ୍କ ଉପରେ ହେଉଥିବା ମନମୁଖୀ ଶାସନକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ରାସ୍ତା ଅବରୋଧ କରିଛନ୍ତି ।

ସେପଟେ ମୁଖ୍ୟ ରାସ୍ତା ଅବରୋଧ ଫଳରେ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତେବେ ଆଗାମୀ ଦିନରେ ଯଦି ପ୍ରଶାସନ କୌଣସି ଅଭିଯୋଗ ନ ଶୁଣନ୍ତି ତେବେ ଆହୁରି ତୀବ୍ରତର ହେବା ନେଇ ସଂଗ୍ରାମ ସମିତି ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ରା ଉଦୟଗିରି ଅଧିକାରୀ ଏବଂ ମୋହନା ଥାନା ଅଧିକାରୀ କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ ସେଥି ପ୍ରତି କଡା ନଜର ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା