Masthead

ରାୟବରେଲିରୁ ଲଢ଼ିବେ ରାହୁଲ !

ରାୟବରେଲି(ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନର ଦୁଇଟି ପର୍ୟ୍ୟାୟ ଭୋଟ ସରିଲାଣି । ଆହୁରି ଅନେକ ସ୍ଥାନରେ ଭୋଟ ହେବା ବାକି ଅଛି । ଏହାରି ମଧ୍ୟରେ କଂଗ୍ରେସ ଏଯାଏଁ ଉତ୍ତରପ୍ରଦେଶର ଅମେଠି ଓ ରାୟରବରେଲି ଆସନରେ ପ୍ରାର୍ଥୀ ଦେଇନାହିଁ । ଏହି ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ଅମେଠିରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଅମେଠି ନୁହେଁ ରାୟବରେଲିରୁ ସେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି ।

ଏହାପୂର୍ବରୁ ଶନିବାର ଦିନ ଉତ୍ତରପ୍ରଦେର ଅମେଠି ଓ ରାୟବରେଲି ଆସନ ପାଇଁ ଦଳ ତରଫରୁ ଆଉ କିଛି ଦିନ ମଧ୍ୟରେ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ । କଂଗ୍ରେସର ଉତ୍ତରପ୍ରଦେଶର ପ୍ରଭାରୀ ଅବିନାଶ ପାଣ୍ଡେ ଏବଂ ବିଧାନସଭା ଦଳର ନେତା ଆରାଧନା ମିଶ୍ର ରାହୁଲ ଗାନ୍ଧିଙ୍କୁ ଆମେଠିରୁ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ ବୋଲି ହାଇକମାଣ୍ଡକୁ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ