Masthead

କଟିକିଆଙ୍କ ଆଶା ମଉଳିଲା

କଟକ(ବଡ଼ ଖବର ବ୍ୟୁରୋ): ଦୁର୍ଗାପୂଜା ସରିଲେ କଟିକିଆ ଅନାଇ ରହିଥାନ୍ତି ବାଳିଯାତ୍ରାକୁ । ଖାଲି କଟିକିଆ କାହିଁକି, ଦେଶର ବଡ଼ ବଡ଼ ବ୍ୟବସାୟୀମାନଙ୍କ ନଜର ଥାଏ ମହାନଦୀ କୁଳରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବୃହତମ ବାଣିଜ୍ୟିକ ମେଳା ବାଲିଯାତ୍ରାକୁ । ମାସେ ଆଗରୁ ଆରମ୍ଭ ହୁଏ ଯାତ୍ରା ପ୍ରସ୍ତୁତି । ଏହି ପ୍ରସ୍ତୁତି କେବଳ ବ୍ୟବସାୟୀମାନଙ୍କର ନୁହେଁ, ସାଧାରଣ ଲୋକମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିଥାନ୍ତି ।

ଏବର୍ଷ କିନ୍ତୁ ବ୍ୟତିକ୍ରମ ଘଟିଛି । କରୋନା ଯୋଗୁଁ ଲାଗିବନି ଭଳିକି ଭଳି ଷ୍ଟଲ । ଆସିବେନି ଦୂରଦୁରାନ୍ତରୁ କ୍ରେତା ଓ ବିକ୍ରେତା । ଗଡଗଡ଼ିଆରେ ଆଉ ଶୁଭିବନି କୋଳାହଳ । ବାଲିଯାତ୍ରାର ତଳ ଓ ଉପର ପଡିଆରେ ଜଳିବନି ରଙ୍ଗବେରଙ୍ଗର ଆଲୋକ । ରାଜୁତି କରିବ ନିରବତା ।

କାର୍ତ୍ତିକ ପୂର୍ଣ୍ଣିମାଠାରୁ ୧୦ଦିନ ପର୍ଯ୍ୟନ୍ତ ଖାଁ ଖାଁ ଲାଗିବ ବାଲିଯାତ୍ରା ପଡ଼ିଆ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ବାଲିଯାତ୍ରା ବନ୍ଦ ଘୋଷଣା କରିଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସଂକ୍ରମଣ ଦୃଷ୍ଟିରୁ ସାମୂହିକ ବୋଇତ ବନ୍ଦାଣକୁ ବାରଣ କରାଯାଇଛି । ବଡ଼ଓଷା ଓ ପଞ୍ଚୁକରେ ଧବଳେଶ୍ୱର ପୀଠକୁ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଗଣେଶ ପୂଜା ଓ ଦଶହରା ଉତ୍ସବକୁ ସର୍ବସାଧାରଣଙ୍କୁ ଅନୁମତି ମିଳିନଥିଲା । କଟକଣା ଭିତରେ ଦଶହରା ପାଳିତ ହୋଇଥିଲା ।

କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ସାଧବପୁଅମାନେ ବଣିଜ କରିବା ଲାଗି ବିଦେଶକୁ ଯାଉଥିଲେ । ସେମାନଙ୍କୁ ବନ୍ଦାଣ ଦିଆଯାଉଥିଲା । ଏହି ପରମ୍ପରାରୁ ସବୁଦିନ ପାଇଁ ସାଇତିରଖିବା ଉଦ୍ଦେଶ୍ୟରେ ଆବାହମାନକାଳରୁ ପାଳିତ ହୋଇ ଆସୁଛି ବାଲିଯାତ୍ରା । କେବେ ବି ବନ୍ଦ ହୋଇନଥିଲା ବାଲିଯାତ୍ରା । ବାଲିଯାତ୍ରାରେ ପଡୁଥିବା ଷ୍ଟଲ ସମସ୍ତଙ୍କ ମନ କିଣୁଥିଲା । ରାଜ୍ୟର କୋଣ ଅନୁକୋଣ ଓ ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କ ସୁଅ ଛୁଟୁଥିଲା । ଚଳିତ ବର୍ଷ କରୋନା ସବୁ ସାରି ଦେଇଛି । ପ୍ରଶାସନର ନିଷ୍ପତ୍ତି କଟିକିଆଙ୍କ ଆଶା ମଉଳାଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା