Masthead

ଇଫକୋ କାରଖାନାରୁ ଜିପସମ୍ ପରିବହନ ଆରମ୍ଭ

ପାରାଦୀପ, (ବଡ଼ ଖବର ବ୍ୟୁରୋ): ଇଫକୋ ସାର କାରଖାନାରୁ ପୁଣି ଜିପସମ୍ ପରିବହନ ଆରମ୍ଭ କରିଛି ନିରାକାର କନଷ୍ଟ୍ରକସନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନର ସହଯୋଗରେ ନିରାକାର କନଷ୍ଟ୍ରକସନ କାରଖାନାରୁ ଜିପସମ୍ ପରିବହନ ଆରମ୍ଭ କରିଛି। ଇଫକୋ କାରଖାନାରୁ ଜିପସମ୍ ପରିବହନ ପାଇଁ ଗତ ମାସରେ ୧୩ଟି ସଂସ୍ଥା ଟେଣ୍ଡର ପାଇଥିଲେ। ସେଥିମଧ୍ୟରୁ ଆରଆରପିଏଲ କମ୍ପାନୀ ନିରାକାର କନଷ୍ଟ୍ରକସନକୁ ନେଇ ଜିପସମ୍ ପରିବହନ ଆରମ୍ଭ କରିଥିଲା। ଏହାକୁ ପାରାଦୀପ ମିଳିତ ଟ୍ରକ୍ ମାଲିକ ସଂଘ ବିରୋଧ କରିଥିଲେ। ଯେଉଁ କାମ ନିରାକାର କନଷ୍ଟ୍ରକସନ ୩୨୦ ଟଙ୍କାରେ କରୁଥିଲା, ତାହାକୁ ୬୦୦ ଟଙ୍କାରେ ମିଳିତ ଟ୍ରକ ମାଲିକ ସଂଘ କରିବା ପାଇଁ ଜିଦ୍ କରିବା ସହିତ ଇଫକୋ କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିଲା। ଫଳରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ସହିତ ଇଫକୋ କର୍ତ୍ତୃପକ୍ଷ ଆରଆରପିଏଲ କମ୍ପାନୀର ଜିପସମ୍ ଟେଣ୍ଡରକୁ କ୍ୟାନସେଲ କରିଥିଲା। ଯାହାକୁ ନେଇ ନିରାକାର କନଷ୍ଟ୍ରକସନ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। ସମସ୍ତ ଘଟଣା ଜାଣିବା ପରେ ହାଇକୋର୍ଟ ଇଫକୋ କାରଖାନାକୁ ଜିପସମ୍ ଟେଣ୍ଡର ପାଇଥିବା ଆରଆରପିଏଲ କମ୍ପାନୀକୁ କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦେବା ସହି ନିରାକାର କନଷ୍ଟ୍ରକସନକୁ ପରିବହନରେ ସହଯୋଗ ଓ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ନିରାକାର କନଷ୍ଟ୍ରକସନ ଗତକାଲି ବିଳମ୍ବିତ ରାତ୍ରୀରୁ ଜିପସମ୍ ପରିବହନ କାର୍ୟ୍ୟ ଆରମ୍ଭ କରିଛି। ଏହି ପରିବହନ ଘଟଣାକୁ ନେଇ କୋର୍ଟ ଦ୍ୱାରସ୍ଥ ହେବୁ ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି