Masthead

‘ମିଛ ବେଶୀ ଦିନ ଲୁଚି ରହିପାରିବ ନାହିଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପର ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିୱାଲ ସୋମବାର ଅଭିଯୋଗ ଆଣିଛନ୍ତି ଯେ, ଦିଲ୍ଲୀ ସରକାରର ମନ୍ତ୍ରୀମାନେ ତାଙ୍କ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି । ଆପ ନେତାମାନେ ମାଲିୱାଲଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ସ୍ୱାତୀ ମାଲିୱାଲ ବିଜେପି ଇସାରାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ବିରୋଧରେ ଆକ୍ରମଣର ଅଭିଯୋଗ କରିଛନ୍ତି । କାରଣ ତାଙ୍କ ବିରୋଧରେ ଦୁର୍ନୀତିର ମାମଲା ରୁଜ୍ଜୁ କରାଯାଇଛି । ମାଲିୱାଲ ଏକ୍ସରେ ଏକ ପୋଷ୍ଟରେ ‘ଆପ’ ନେତାମାନଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସେ ଲେଖିଛନ୍ତି, କାଲିଠାରୁ ଦିଲ୍ଲୀର ମନ୍ତ୍ରୀ ମିଥ୍ୟା ପ୍ରଚାର କରୁଛନ୍ତି ଯେ, ମୋ ବିରୋଧରେ ଏକ ଦୁର୍ନୀତି ଅଭିଯୋଗ ହୋଇଛି । ତେଣୁ ବିଜେପି ଇସାରାରେ ମୁଁ ଏହି ସବୁ ଜିନିଷ କରିଛି । ଏହି ଏଫଆଇଆର ଆଠ ବର୍ଷ ପୂର୍ବରୁ ୨୦୧୬ରେ ଦାଖଲ କରାଯାଇଥିଲା । ଯାହା ପରେ ମୋତେ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ଦୁଇଥର ମହିଳା ଆୟୋଗର ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଥିଲେ । ଏହି ମାମଲା ସଂପୂର୍ଣ୍ଣ ମିଥ୍ୟା ଯେଉଁଥିରେ ମାନ୍ୟବର ହାଇକୋର୍ଟ ଏହାକୁ ୧.୫ ବର୍ଷ ଧରି ରଖିଛନ୍ତି ଏବଂ କୌଣସି ଟଙ୍କା କାରବାର ହୋଇ ନାହିଁ ବୋଲି ସ୍ୱୀକାର କରିଛନ୍ତି ।

ବିଭବ କୁମାରଙ୍କ ବିରୋଧରେ ଅଭିଯୋଗ କରିବା ପୂର୍ବରୁ ମୁଁ ତାଙ୍କ ହିସାବରେ ଲେଡି ସିଂଘମ ଥିଲି, ଆଉ ଆଜି ବିଜେପିର ଏଜେଣ୍ଟ ହୋଇଗଲି । ମୁଁ ସତ କହିଥିବାରୁ ମୋ ପଛରେ ସମସ୍ତ ଟ୍ରୋଲ ଆର୍ମୀଙ୍କୁ ନିୟୋଜିତ କରାଯାଇଛି । ପାର୍ଟିର ସମସ୍ତ ଲୋକଙ୍କୁ ଫୋନ କରି କୁହାଯାଉଛି ଯେ, ସ୍ୱାତୀର କୌଣସି ପ୍ରାଇଭେଟ ଭିଡିଓ ଯଦି ଅଛି, ତେବେ ପଠାଅ, ଲିକ କରିବା । ମିଛ ଅଧିକ ଦିନ ଲୁଚିକି ରହିପାରିବ ନାହିଁ । ଯେତେବେଳେ ସତ ସାମ୍ନାକୁ ଆସିବ ତୁମେ ନିଜ ମୁଁହ ନିଜ ପରିବାର ଆଗରେ ଦେଖାଇପାରିବେ ନାହିଁ ।

ସେପଟେ ସ୍ୱାତି ମାଲିୱାଲ ମାମଲାରେ ଆମ୍ ଆଦମୀ ପାର୍ଟି ପାଇଁ ବଢ଼ୁଛି ଅଡ଼ୁଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କୁ ମାରପିଟ୍ ଘଟଣାରେ ଅଧିକ ତଦନ୍ତ ପାଇଁ ବିଶେଷ ଯାଞ୍ଚ କମିଟି ଗଠନ କରିଛି ଦିଲ୍ଲୀ ପୋଲିସ । ଏହି ମାମଲାର ଯାଞ୍ଚ ନର୍ଥ ଦିଲ୍ଲୀ ଅତିରିକ୍ତ ଡିସିପି କରୁଛନ୍ତି । ସେ ଏସଆଇଟିକୁ ପରିଚାଳନା କରିବେ । ଏସଆଇଟିରେ ଡିସିପି ଅଞ୍ଜିଥା ଚିପିୟଲାଙ୍କ ବ୍ୟତୀତ, ୩ଜଣ ଇନସପେକ୍ଟର ରାଙ୍କର ଅଧିକାରୀ ରହିଛନ୍ତି । ସିବିଲ୍ ଲାଇନ ଥାନର ଏସଏଚଓ ମଧ୍ୟ ଏସଆଇଟିରେ ସାମିଲ୍ ରହିଛନ୍ତି । ମାରପିଟ୍ ମାମଲାରେ ବିଶେଷ ଯାଞ୍ଚ କମିଟି ସମୟ ସମୟରେ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା