Masthead

“ମୋ ଧାମ ମୋ ଗର୍ବ” ଅଭିଯାନର ଲୋଗ ଓ ଟ୍ଯାଗଲାଇନ ଉନ୍ମୋଚିତ।


ପୁୁୁରୀ,  (ବଡ଼ ଖବର ବ୍ୟୁରୋ):

 ପୁୁୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ କରାଯାଇଥିବା “ମୋ ଧାମ ମୋ ଗର୍ବ” ଅଭିଯାନର ଲୋଗ ଓ ଟ୍ଯାଗଲାଇନ ଉନ୍ମୋଚିତ। ଗୋବର୍ଦ୍ଧନ ମଠରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ ଜଗଦଗୁରୁ ଶଂକରାଚାର୍ଯ୍ଯଙ୍କ କରକମଳରେ ଉନ୍ମୋଚିତ ହୋଇଛି। ଏହି ଲୋକାର୍ପଣ ଉତ୍ସବରେ ଜଗଦଗୁରୁ ଶଂକରାଚାର୍ଯ୍ଯଙ୍କ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥାର ନିର୍ବାହୀ ଅଧିକାରୀ ବିଜୟ ଦାସ ଉପସ୍ଥିତ ଥିଲେ। ପୁର୍ବରୁ ମୋ ବିଚ୍ ଅଭିଯାନ ମାଧ୍ୟମରେ ସମସ୍ତଙ୍କ ସହଯୋଗରେ ପୁରୀର ବିସ୍ତିର୍ଣ୍ଣ ବେଳାଭୂମିର ସଫେଇ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏଥର ବେଳାଭୂମି ନୁହେଁ ସହରର ସ୍ୱଚ୍ଛତା ଉପରେ ସହଯୋଗର ହାତ ବଢାଇବାକୁ “ମୋ ଧାମ ମୋ ଗର୍ବ” ଅଭିଯାନ ସହ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଆଜିଠାରୁ ଆନୁଷ୍ଠାନିକ ଭାବେ ସହରର ବିକାଶ ଧାରାରେ ମଧ୍ୟ ସାମିଲ ହେବ “ମୋ ଧାମ ମୋ ଗର୍ବ” ଅଭିଯାନ।.ମୋ ଧାମ ମୋ ଗର୍ବର ଲୋଗୋ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଦ୍ୱାରା ଉନ୍ମୋଚିତ।ପବିତ୍ର ପୁରୀ, ଗର୍ବ ଆମରି, ହେଲା ଉନ୍ମୋଚନ ହୋଇଥିବା ବେଳେ ୧୩ ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ୨୦୦ ଜଣଙ୍କୁ ଏବଂ ପରବର୍ତ୍ତି ପର୍ଯ୍ୟାୟ ଯାଞ୍ଚରେ ୧୦ ମଧ୍ୟରୁ ଶେଷ ଦୁଇ ଜଣଙ୍କ ଏଣ୍ଟ୍ରିକୁ ଚୟନ କରାଯାଇଛି । ୧୮୧ ଜଣଙ୍କୁ ସାନ୍ତ୍ବନା ପୁରସ୍କାର ପ୍ରଦାନ କରାଯିବା ସହ ସ୍ବଚ୍ଛ ପୁରୀ ଲୋଗୋ ଓ ଟ୍ୟାଗଲାଇନ ପ୍ରତିଯୋଗିତାରେ ଲୋଗୋ ନିମନ୍ତେ ଶ୍ରୀୟାଂଶ ପଣ୍ଡା, ୫ମ ଶ୍ରେଣୀ ଛାତ୍ର, ବ୍ଲେସେଡ ସାକ୍ରାମେଣ୍ଟ ହାଇସ୍କୁଲ ଏବଂ ଟ୍ୟାଗ ଲାଇନ ନିମନ୍ତେ ଡଃ ପ୍ରମୋଦ ଚନ୍ଦ୍ର ସ୍ବାଇଁ ପ୍ରଥମ ହୋଇଥିବାରୁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।ତେବେ ଏହି ଲୋଗ କୁ ସହର ବାସି ନିଜ ନିଜ ଘରେ କିମ୍ବା ଗାଡି ମୋଟର ରେ ଲଗାଇବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲା ପାଳ ବଲୱନ୍ତ ସିଂ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି