Masthead

ପୋଲିସକୁ ବିଧାୟକଙ୍କ ତାଗିଦ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଥାନାରେ ସାଧାରଣ ଲୋକଟିଏ ଅଭିଯୋଗ ଦେବାକୁ ଗଲେ ଭୟ କରୁଛି । ଗୋଟେ ପଟେ ଯେଉଁଠି ପୋଲିସ ଜଣେ ଅଭିଯୋଗକାରୀର ଅଭିଯୋଗକୁ ସସମ୍ମାନ ସହିତ ରଖିବା ସହିତ ପ୍ରକୃତ ତଦନ୍ତ କରି ନ୍ୟାୟ ଦେବା କଥା । ସେଠି ସାଧାରଣ ଜନତାଙ୍କ ଉପରେ ଚଳାଇଛନ୍ତି ବ୍ରିଟିଶ ଶାସନ । ଅନ୍ୟପଟେ ଭୁଲିଯାଉଛନ୍ତି ନିଜର ମାନବିକତା ଓ ବ୍ୟବହାର । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି ହେଉଛି।

ଲୋକଙ୍କୁ ଭଲ ବ୍ୟବହାର ଦେଖାଅ, ତାଙ୍କ ଅଭିଯୋଗକୁ ଗୁରୁତର ସହ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ବି କହିବା ପରେ ବି ସୁଧୁରୁନି ପୋଲିସ । ଥାନାକୁ ଅଭିଯୋଗ କରିବାକୁ ଆସିଲେ ପୋଲିସ ଦେଖାଉଛି ଭୟ । ଏଭଳି ଏକ ଅଭିଯୋଗ ଆସିଛି ଜଗତସିଂହପୁରରୁ । ଏପରି ଅଭିଯୋଗ ପାଇବା ପରେ ବିଧାୟକ ଅମରେନ୍ଦ୍ର ଦାସ ଥାନାକୁ ଆସିଛନ୍ତି । ଆଉ ସାଙ୍ଗରେ କାଗଜ କଲମ ଆଣି ଦେଇଛନ୍ତି।

ଲୋକଙ୍କୁ ବସିବା ପାଇଁ ଜାଗା ଦେବାକୁ କହିଛନ୍ତି ବିଧାୟକ । ନଚେତ ଥାନା ପରିସରରେ କେଉଁଠି ଜାଗା ଅଛି ଦେଖାଇଲେ ବିଧାୟକ ଘର କରିଦେବେ ବୋଲି କହିଛନ୍ତି । ବଡକଥା ହେଉଛି ଲୋକଙ୍କ ସରକାରରେ ପୋଲିସର ଏପରି ବ୍ୟବହାର କେଉଁ କାରଣ ପାଇଁ ଦେଖାଉଛି । ରାଜ୍ୟର ମୁଖିଆ ଯେତେବେଳେ ଲୋକଙ୍କ ସମସ୍ୟାକୁ ଗୁରୁତର ସହ ନେଉଛନ୍ତି ସେତେବେଳେ ଜଣେ ସରକାରଙ୍କ କର୍ମଚାରୀ ହୋଇ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଗୁରୁତର ସହନନେବା ଆଇନକୁ ଫୁ କରିବା ଭଳି ସଦୃଶ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା