Masthead

ମନମୋହନ ଓ ନବୀନଙ୍କ ଆଇନ ଶୃଙ୍ଖଳା ଯୁଦ୍ଧ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଆଇନ ଶୃଙ୍ଖଳା ରହିଛି କେମିତି ? କଣ ହୋଇଛି ସ୍ଥିତି ? କାହିଁକି ଏବେ ତାକୁ ନେଇ ଚର୍ଚ୍ଚା? କିଏ କରୁଛି ପ୍ରସଙ୍ଗ ? କଣ ରହିଛି ତା ପଛରେ ଉଦେଶ୍ୟ ? ଆସନ୍ତୁ ଜାଣିବା । ରାଜ୍ୟ ରାଜନୀତି ଏବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବେଶ ସରଗରମ ହୋଇ ଉଠିଛି । ଯାହାକୁ ନେଇ ଦୁଇ ଦଳର ଦୁଇ ସଭାପତି ହୋଇଛନ୍ତି ମୁହାଁମୁହିଁ । ବିଜେପି ସଭାପତି ମନମୋହନ ସାମଲ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଇନ ଶୃଙ୍ଖଳାକୁ ନେଇ ହୋଇଛି ଶୀତଳ ଯୁଦ୍ଧ । ଖାଲି ସେତିକି ନୁହେଁ ବିଧାନସଭାରେ ସପ୍ତଦଶ ଅଧିବେଶନରେ ବିଲ୍ ଆଣ୍ଡ ଅଡରକୁ ନେଇ ଶାସକ ଓ ବିରୋଧୀ ହୋଇଛନ୍ତି ମୁହାଁମୁହିଁ । ୨୦୨୪ ଇଲେକ୍ସନ ବଦଳାଇ ଦେଇଛି ରାଜନୀତି ଚିତ୍ରପଟ୍ଟ । ଆମେ ସବୁ ବେଳେ ଜାଣିଆସିଛେ କି ବିରୋଧିଙ୍କ ନିକଟରେ ସବୁ ବେଳେ ଶାସକ ଉତ୍ତର ଦାୟୀ କିନ୍ତୁ ବତ୍ତମାନ ଓଡ଼ିଶା ରାଜନୀତି ଭିନ୍ନ ସ୍ଥିତିରେ ହୋଇଛି ଠିଆ । କାହିଁକି ନାଁ ଏଠାରେ ୨୫ ବର୍ଷଧରି ଏଠାରେ ଶାସନ ଗାଦିରେ ବସି ଆସୁଥିଲା ବିଜେଡି । ତାକୁ ଚଳିତ ନିର୍ବାଚନରେ ଲାଗିଛି ଝଟକା । ଯାହା ପାଇଁ ଶାସକ ଦଳରୁ ବନିଯାଇଛି ମୁଖ୍ୟ ବିରୋଧୀ ଦଳ ।

ସେଥିପାଇଁ ନିଜେ ଆଣୁଥିବା ଅଭିଯୋଗରେ ନିଜେ ହୋଇଯାଉଛି ଛନ୍ଦି ବିଜେଡି । ବିଜେପି ସରକାରରେ ଥିବାରୁ ତାଠାରୁ ଜବାବ ମାଗିବାକୁ ଯାଇ ଏବେ ଅଡୁଆରେ ପଡିଯାଇଛନ୍ତି ଦଳର ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଗୃହରେ ଶାସକ ଦଳକୁ ଘେରିବାକୁ ଯାଇ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିଥିବା କଥା ଉଠାଇ ଗିରଫ କରିବାକୁ ଦାବୀ କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନଥିବା କହିଥିଲା ଦଳ । ଖାଲି ସେତିକି ନିହେଁ ଦଳର ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ଅମଳରେ ଆଇନ ଶୃଙ୍ଖଳା ସମ୍ପୁଣ୍ଣ ଠିକ୍ ଥିବା କହି ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଟାର୍ଗେଟ କରିଥିଲେ । ଆଉ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମତେ ଅନ୍ୟ ବରିଷ୍ଠ ନେତୃତ୍ୱଙ୍କୁ ଭେଟି ଫେରିବା ପରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।

ସେ କହିଛନ୍ତି ନିଜ ଶାସନ କାଳ କଥା ମନେ ପକାନ୍ତୁ । ନିଜ ଶାସନ ସମୟରେ ନିଜ କ୍ୟାବିନେଟ ସାଥି କି ନିଜ ଦଳର ନେତାଙ୍କ କଥା କଣ ଭୁଲି ଯାଉଛନ୍ତି କି ନବୀନ ତାଙ୍କୁ ପ୍ରଶ୍ନ କରିଛନ୍ତି ? ଆମ ସରକାରକୁ ତ ମାତ୍ର କେଇ ମାସ ହୋଇଛି । ଆଉ ତାକୁ ସମାଲୋଚନା ନ କରି ହେଲେ ପରାମର୍ଶ ଦିଅନ୍ତୁ ନବୀନ । ନଚେତ୍ ପସ୍ତାଇବେ । ସେପଟେ ଲୁଚିଛପି ନବୀନଙ୍କୁ ବିଜେପି ପାଇଁ ଅସ୍ତ୍ର ବନାଉଥିବା ଅଣ ଓଡ଼ିଆ କଥାକଥିତ ବାବୁ ପାଣ୍ଡିଆନଙ୍କୁ ଏଥିପାଇଁ ଆଗକୁ ସଜା ମିଳିବା ପକ୍କା ବୋଲି ଏବେ ଚର୍ଚ୍ଚା ଜୋର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ