Masthead

‘ମୁଁ ଆପଣଙ୍କର ଓ ଅମିତାଭ ଉଭୟଙ୍କ ଫ୍ୟାନ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ଠୋ ଠୋ ହୋଇ ହସିଲେ ରାଜ୍ୟ ସଭା ସ୍ପିକର ଜଗଦୀପ ଧନଖଡ଼ । ତେବେ କାହିଁକ ଏମିତି ହସିଲେ ଧନଖଡ଼ । ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ଶୁକ୍ରବାର ସଂସଦରେ ଯୋଗ ଦେଇଛନ୍ତି। ଶୁକ୍ରବାର ନିଜ ଅଭିଭାଷଣ ରଖିବା ସମୟରେ ସେ କହଛନ୍ତି, ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି.. ଏତିକି କଥା ଶୁଣିବା ମାତ୍ରେ ରାଜ୍ୟ ସଭା ସ୍ପିକର ଜଗଦୀପ ଧନଖଡ଼ ଠୋଠୋ ହୋଇ ହସିବା ଆରମ୍ଭ କରି ଦେଲେ। ଧନଖଡ଼ଙ୍କ ହସିବାର କାରଣ ହେଉଛି ମଜାଦାର ।

ନିକଟରେ ରାଜ୍ୟ ସଭାର ଉପସଭାତି ହରିବଂଶ ଏମପିକୁ ଜୟା ଅମିତାଭ ବଚ୍ଚନ ବୋଲି ଡାକିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏମପି ଜୟା ବଚ୍ଚନ ସେ ସମୟରେ ରାଗିଯାଇଥିଲେ। ରାଗିଯାଇ ସେ କହିଥିଲେ, ମୋ ନାଁ ଜୟା ବଚ୍ଚନ। ଆପଣ ଏହି ନାମରେ ମଧ୍ୟ ଡାକି ପାରିବେ। ଯାହାକୁ ଶୁଣି ହରିବଂଶ କହିଥିଲେ, ଏଠାରେ ଆପଣଙ୍କ ନାମ ‘ଜୟା ଅମିତାଭ ବଚ୍ଚନ’ ଲେଖାଯାଇଛି। ସେଥିପାଇଁ ମୁଁ ଏହାକୁ ଉଲ୍ଲେଖ କରିଛି।’ ଯାହାପରେ ଜୟା ପ୍ରଶ୍ନ ଉଠାଇଥିଲେ କି, ସବୁ ସ୍ତ୍ରୀ କାହିଁକି ତାଙ୍କ ସ୍ବାମୀଙ୍କ ପରିଚୟରେ ପରିଚିତ ହେବେ।

ସେମାନଙ୍କର ବି ସ୍ବାଭିମାନ ଅଛି। ତେବେ ଏପରି ଘଟଣାର ପରିବର୍ତ୍ତିତ ରୂପ ଦେଖିବାକୁ ମିଳିଥିଲା ଶୁକ୍ରବାର ସଂସଦରେ। ଯେତେବେଳେ ଏମପି ‘ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି..ବୋଲି କହିଥିଲେ। ଏହି ସମୟରେ ରାଜ୍ୟ ସଭା ସଭାପତି ଜଗଦୀପ ଧନଖଡ଼ ଠୋଠୋ ହୋଇ ହସିଥିଲେ। ଠୋଠୋ ହୋଇ ହସିବା ପରେ ରାଜ୍ୟ ସଭାରେ ସଭାପତି ଜଗଦୀପ ଧନଖଡ଼ କହିଥିଲେ, ‘ମୁଁ ଆପଣଙ୍କର ଓ ଅମିତାଭ ଉଭୟଙ୍କ ଫ୍ୟାନ।’ ଯାହାକୁ ଶୁଣି ଜୟା ହାତଯୋଡି ବିନମ୍ରତା ଦେଖାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି