Masthead

ମଦ ବିକ୍ରିର ନୂଆ ଫଣ୍ଡା

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ): ମଦ ବିକ୍ରିର ନୂଆ ଫଣ୍ଡା। ଭିନ୍ନ ଭିନ୍ନ ତରିକା ଆପଣାଇ ଖୁଲମଖୁଲା ଦେଶୀ ମଦ ବ୍ୟବସାୟ କରୁଛନ୍ତି ବେପାରୀ। କେତେବେଳେ ଟ୍ୟୁବ୍ ତ ଆଉ କେତେବେଳେ ଜାର୍ ମାଧ୍ୟମରେ ଚାଲିଛି ଦେଶୀ ମଦ ବେପାର। ହେଲେ ଏବେ ଆଉ ଏକ ନୂଆ ଢଙ୍ଗରେ ମଦ କାରବାର ସାମ୍ନାକୁ ଆସିଛି। ସୋଡ଼ା ଓ କୋଲଡ୍ ଡ୍ରିଙ୍କସ୍ ବୋତଲରେ ଦେଶୀ ରନ୍ଧା ମଦ ଭର୍ତ୍ତି କରି ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏଭଳି ଅଭିନବ ଢଙ୍ଗରେ ବଲାଙ୍ଗିର ସହରରେ ମଦ ବିକ୍ରି କରି ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ଗିରଫ ମଦ ବେପାରୀ ଜଣକ ହେଲେ ଖର୍ସେଲପଡ଼ାର କିଶୋର ଠେଲା।

ପୋଲିସ ସୂଚନା ଅନୁସାରେ, ସହରର ଶାନ୍ତିପଡ଼ା ନିକଟ ଖର୍ସେଲ୍‌ପଡ଼ାର କିଶୋର ୨୦୦ ଗ୍ରାମ ସୋଡ଼ା ଓ କୋଲ୍‌ଡ ଡ୍ରିଙ୍କସ୍‌ ବୋତଲରେ ଦେଶୀ ମଦ ଭର୍ତ୍ତି କରି ବିକ୍ରି କରୁଥିଲେ। ଆଦର୍ଶ ଟାଉନ୍‌ ଥାନା ପୋଲିସ ସେଠାରେ ଚଢ଼ାଉ କରି କିଶୋରଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୫୦ଟି ମଦ ଭର୍ତ୍ତି ସୋଡ଼ା ଓ କୋଲ୍‌ଡ ଡ୍ରିଙ୍କସ୍‌ ବୋତଲ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଆଦର୍ଶ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ। ତେବେ ସହର ମଧ୍ୟରେ ଏଭଳି ଖୁଲମଖୁଲା ଦେଶୀ ମଦ ବ୍ୟବସାୟ ଚାଲିଥିଲେ ମଧ୍ୟ ପୋଲିସକୁ କେମିତି ସୁରାକ ମିଳି ନ ଥିଲା ତାହା ବଡ଼ ପ୍ରଶ୍ନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା