Masthead

ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେଲା ‘ଅପରାଜିତା’ ବିଲ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ମହିଳା ବିରୋଧୀ ଅପରାଧିକ ମାମଲା ବୃଦ୍ଧି ପାଇବା ମଧ୍ୟରେ ଐତିହାସିକ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର। ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ନିର୍ଯାତନା ଓ ହତ୍ୟା ଭଳି ପାଶବୀୟ ଅପରାଧକୁ ରୋକିବା ପାଇଁ ଆଜି ବେଙ୍ଗଲ ବିଧାନସଭାରେ ପାରିତ ହୋଇଛି ଦୁଷ୍କର୍ମ ବିରୋଧୀ ବିଲ୍, ଯାହାର ନାଁ ‘ଅପରାଜିତା’ ରଖାଯାଇଛି। ଏହି ବିଲ ଅନୁଯାୟୀ, ବଳାତ୍କାର ପୀଡିତାଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପିତ ହୋଇଥିବା ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ର ତିନୋଟି ମୁଖ୍ୟ ବିଷୟ ଅଛି, ଯାହା ବଳାତ୍କାରର ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରୁଛି।

– ଯଦି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଏ, ତେବେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯିବ।
– ଯଦି କୌଣସି ମହିଳାଙ୍କୁ ଦୁଷ୍କର୍ମ କରାଯାଏ ଏବଂ ଏହି ଅପରାଧ କରିଥିବା ଅପରାଧୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ।
– ଯଦି ନାବାଳିକାକୁ ଦୁଷ୍କର୍ମ  କରାଯାଏ, ତେବେ ଅପରାଧୀଙ୍କୁ ଉଭୟ ୨୦ ବର୍ଷ ଜେଲ ଓ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।

କୋଲକାତାର ଆର୍‌.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ସମ୍ପର୍କରେ ମମତା ସରକାର ଚର୍ଚ୍ଚାରେ ଅଛନ୍ତି। କୋଲକାତା ମାମଲା ପରେ ମମତା ବାନାର୍ଜୀ ବଳାତ୍କାର ସମ୍ପର୍କରେ ଏକ ଆଇନ ଆଣିବେ ବୋଲି ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଘୋଷଣା କରିଥିଲେ। ମମତା କହିଥିଲେ ଯେ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ମିଳିବ। ବିଧାନସଭାରେ ଉପସ୍ଥାପିତ ଏହି ବିଲକୁ ବିଜେପି ନିଜର ସମ୍ମତି ଜଣାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼