Masthead

ଧାମରା ରେଳପଥ ପ୍ରକଳ୍ପ ମଞ୍ଜୁର ପାଇଁ ଗଣ ଧାରଣା

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି। ଯାଜପୁର -ଧାମରା ରେଳ ପଥ ପ୍ରକଳ୍ପର ଚୂଡାନ୍ତ ସବିଶେଷ ତଥ୍ୟ ପୂର୍ବତଟ ରେଳବାଇ ମହାପ୍ରବନ୍ଧଙ୍କ ରେଳବୋର୍ଡ଼ ଅଧ୍ୟକ୍ଷ, ନୂଆଦିଲ୍ଲୀ ଓ ରେଳମନ୍ତ୍ରାଳୟକୁ ପ୍ରେରଣ କରିବାର ବିଳମ୍ବ କରୁଥିବାରୁ ଯାଜପୁର ରୋଡ-ଧାମରା ରେଳପଥ ପ୍ରକଳ୍ପ ବାବଦରେ କେନ୍ଦ୍ର ରେଳମନ୍ତ୍ରୀ ବ୍ୟୟବରାଦ ନକରିବା ୩ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ବୋଲି ଦାବି କରି ସଂଗ୍ରାମ ସମିତି ଗଣ ଧାରଣା ଦେଇଛନ୍ତି  ।

ଏହି ରେଳପଥ ହେଲେ ୩ ଜିଲ୍ଲାର ୧୨ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରିବେ ବୋଲି ଧାରଣା ଦେଇଥିବା ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ଲାଭଜନକ ହୋଇଥିଲେ ବି ଏଯାବତ ଅର୍ଥ ମଞ୍ଜୁର ନକରିବା ଦ୍ୱାରା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ସହ ଲୋକଙ୍କ ମନରେ ଥିବା ଉତ୍ସାହ କମୁଥିବା ସଂଗ୍ରାମ ସମିତି ଅଭିଯୋଗ କରିଛି । ଏହି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିବା ଦାବି ନେଇ ଆଗାମୀ ସେପ୍ଟେମ୍ବର ୧୮ ତାରିଖରେ ଭୁବନେଶ୍ୱରସ୍ଥିତ ରେଳ ସଦନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ରେଳ ପଥ ପାଇଁ ସବିଶେଷ ତଥ୍ୟ କେନ୍ଦ୍ର ସରକାର ମଂଜୁର କରିଛନ୍ତି । ବହୁ ଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ପଥ ନିର୍ମାଣ ପାଇଁ ଅର୍ଥ ମଂଜୁର ହେବା ସହ ବିଜେପି ସରକାର ସମୟରେ ରେଳ ପଥ ନିର୍ମାଣ ହେବ ବୋଲି ସାଂସଦ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି