Masthead

କାହା ସ୍ୱାର୍ଥରେ ସରକାରୀ ଅନୁଦାନ

ନୂଆଗାଁ, (ବଡ ଖବର ବ୍ୟୁରୋ): ସରକାର କା ମାଲ୍ ଦରିଆ ମେଁ ଡାଲ । ଏହି ନୀତିରେ ଚାଲିଛି ଗାଁ କଲ୍ୟାଣ ସମିତିର ଅନୁଦାନ ଖର୍ଚ୍ଚ। ଗାଁର ଉନ୍ନତୀକରଣ ପାଇଁ ଆସୁଥିବା ଅନୁଦାନକୁ ମୂଳରୁ ଚୁଳ ଯାଏ ଥିବା ଅଧିକାରୀ ଓ କର୍ମଚାରୀ ହଡ଼ପ କରୁଥିବା ଶୁଣିବାକୁ ମିଳୁଛି । ଲୋକଙ୍କ ଉନ୍ନତି ପରିବର୍ତ୍ତେ ଅଧିକାରୀଙ୍କ ପରିବାରର ଉନ୍ନତି ହେବାରେ ଲାଗିଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ ।

ମହିପୁର ସିଏଚସି ଅଧୀନରେ ଥିବା ୨୧୩ଟି ଗାଁ କଲ୍ୟାଣ ସମିତିକୁ ପ୍ରତିବର୍ଷ ୧୦ ହଜାର ଟଙ୍କା ଅନୁଦାନ ଦିଆଯାଉଛି । ସମିତି ଅଧୀନରେ ଥିବା ଗ୍ରାମଗୁଡିକର ପରିବେଶ ସଫାସୁତରା କରିବା ଓ ସ୍ୱାସ୍ଥ୍ୟ ସମନ୍ଧୀୟ ସଚେତନତାମୂଳକ ବୈଠକରେ ଖର୍ଚ୍ଚ କରିବା ଲାଗି ଅନୁଦାନ ଦିଆଯାଉଛି । ସରକାରଙ୍କ ଯୋଜନା ଓ ଉଦେଶ୍ୟ ଗୋଟିଏ ଥିବାବେଳେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର। ଆସୁଥିବା ୧୦ ହଜାର ଟଙ୍କାରୁ ବୈଠକ ନାମରେ ଖର୍ଚ୍ଚ ହେଉଛି ୩ ହଜାର ଟଙ୍କା । ତେବେ ବୈଠକ ନହୋଇ ଏହି ଟଙ୍କା ଚଳୁ କରାଯାଉଥିବା ଲୋକେ କହୁଛନ୍ତି । ଖର୍ଚ୍ଚ ଦେଖାଇବା ଲାଗି କାଗଜକଲମରେ ସବୁ ରହିଯାଉଛି ।

ଆଦିବାସୀ ଗାଁଗୁଡିକରେ ପାନୀୟଜଳ ଠାରୁ ଆରମ୍ଭ କରି ରାସ୍ତାଘାଟ ଖରାପ ରହୁଛି । ତେବେ ସଫା କରାଯିବା ଲାଗି ଆସୁଥିବା ଟଙ୍କାକୁ ବାବୁମାନେ ଚଳୁ କରିନେଉଛନ୍ତି । ସେପଟେ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିଲେ ସୁଦ୍ଧା କାହାର ନିଘା ନାହିଁ । ଗାଁ କଲ୍ୟାଣ ସମିତିଗୁଡିକରେ ଏପରି ଲୁଟ୍ ହେଉଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା । ତେବେ ମହିପୁର ସିଏଚସିର ବିପିଏମ ଇପ୍ସିତା ଦାସ କହିଛନ୍ତି ଫିଲ୍ଡ ଭିଜିଟ କଲେ ସତ୍ୟାସତ୍ୟ ଜଣା ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ