Masthead

ମେଘନାଦରେ ଫାଟ, ନବୀନ ଚୁପ୍ !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଗତର ନାଥ ଜଗନ୍ନାଥଙ୍କ ବଡ଼ ଦେଉଳକୁ ଏବେ ବଡ଼ ବିପଦ! ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟେ ଫାଟର ଦୃଶ୍ୟ । ଯେଉଁ ଠିକୁ ଅନାଇଲେ ସେଠି ଦୃଶ୍ୟମାନ ହେଉଛି ଶ୍ରୀମନ୍ଦିରର କ୍ଷତ । ପୂର୍ବ ସରକାରର ରୂପାନ୍ତିକରଣ ନାଁରେ ବାହା ବାହା ନେବା ପାଇଁ କରିଥିଲା ପରିକ୍ରମା ପ୍ରକଳ୍ପ । ଯାହା ପାଇଁ ହଜାର ହଜାର ବର୍ଷର କର୍ତ୍ତୀରାଜିକୁ ଧ୍ୱସଂ କରିଦେଇ ମାଟିରେ ମିଶାଇ ଦେଇଥିଲା ବିଜେଡି । ସେତିକିରେ ମନ ବୋଧ ହୋଇନଥିଲା । ଚର୍ତୁପାଶ୍ୱର୍ରେ ହାଇଡ୍ରା ଓ ଜେସିବି ଲଗାଇ କରିଥିଲେ ବଡ଼ ବଡ଼ ଗର୍ତ୍ତ । ଯାହା ଆଜି ଶ୍ରୀମନ୍ଦିରକୁ ବିପଦକୁ ଠେଲିଦେଇଛି । ବର୍ତ୍ତମାନର ବିଜେପି ସରକାର ତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଦେଇଛନ୍ତି । ରତ୍ନଭଣ୍ଡାରର ସର୍ଭେରୁ ଫାଟ ଦୃଶ୍ୟମାନ ହେବା ପରେ ବେଶ ଚିନ୍ତାରେ ସରକାର ।

ରିପୋର୍ଟକୁ ଅନୁଧ୍ୟାନ କରି ତତକ୍ଷଣ ସମଗ୍ର ମନ୍ଦିରକୁ ସର୍ଭେ କରି ସ୍ଥିତି କ’ଣ ରହିଛି ତାକୁ ଅନୁଧ୍ୟାନ ପାଇଁ ସରକାର ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସରକାରଙ୍କ ତତ୍ତବପରତା ବିରୋଧୀ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଲାଭଳି ଅନୁମେୟ ହେଉଛି । ଜଗନ୍ନାଥ ପ୍ରେମୀଙ୍କ ଭିତରେ ଫାଟକୁ ନେଇ ଚିନ୍ତ ଘାରିଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡିର ନିରବ ରହିବା ସମସ୍ତକୁ ବ୍ୟଥିତ କରିଛି ।ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅନ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ମହାପ୍ରଭୁଙ୍କ ମନ୍ଦିର ଘଟଣାରେ ତାଙ୍କ ନିରବତା ଉପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଖାଲି ସେତି ନୁହେଁ ନିଜର ଦଳୀୟ କାର୍ଯ୍ୟକ୍ରମରେ ବି ନେଉଛନ୍ତି ଭାଗ ।

କିନ୍ତୁ ଏଠି ଶ୍ରୀମନ୍ଦିର ବିପଦରେ ପଡିଥିଲେ ସୁଦ୍ଧା ବାବୁଙ୍କ ନିଘାନାହିଁ? କାହିଁକି ନବୀନ ଓ ତାଙ୍କ ଦଳ ବିଜେଡି ଘଟଣାକୁ ନେଇ ଚୁପ୍? ଯେତେବେଳେ ସମସ୍ତେ କହୁଥିଲେ ବିପଦକୁ ଠେଲି ହୋଇଯିବ ଶ୍ରୀମନ୍ଦିର କ୍ଷଣିମାତ୍ର ପାଇଁ କର୍ଣ୍ଣପାତ କରିନଥିଲା ବିଜେଡି ସରକାର? ନିଜ ଅହଙ୍କାର ଆଜି ବଡ଼ ଦେଉଳକୁ ବିପଦକୁ ଠେଲିଦେଲାନି ତ? ନା ନିଜେ କରିଥିବା ଭୁଲ ପାଇଁ ଏବେ ଅଡୁଆରେ କି ଏମାନେ? ଏହାକୁ ବୁଝିଗଲେ କି ବାବୁ ମାନେ? ସରକାରରଙ୍କ ପଦକ୍ଷପ ଏବେ ବିଜେଡିର ମୁଣ୍ଡ ବିନ୍ଧା ପାଲଟିଗଲାଣି! ମୁଣ୍ଡ ଉପରେ ଏବେ ଝୁଲୁଛି କରିଥିବା ପାପର ଖଣ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି