ଖଣ୍ଡଗିରିର ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରେ ବୁଲିବ ବୁଲଡୋଜର

ଭୁବନେଶ୍ୱର (ବଡ଼ଖବର ବ୍ୟୁରୋ): ଆଜି ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ । ଆଜି ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି BDA। ଏନେଇ ମାଇକ୍ ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି। ବୈକୁଣ୍ଠ ଧାମ ଆଶ୍ରମରେ ଆଉ ଚାଲିବନାହିଁ ଆତ୍ମଘୋଷିତ ବାବା କାଶୀନାଥଙ୍କ ଦରବାର ।  ଧର୍ମ ନାଁରେ ଆଉ ଠକିପାରିବେ ନାହିଁ ବାବା କାଶୀନାଥ । ବେଆଇନ ଭାବେ ସରକାରୀ ଜମି ଉପରେ ଗଢିଥିବା ସାମ୍ରାଜ୍ୟକୁ ମାଟିରେ ମିଶାଇବାକୁ ଯାଉଛି ବିଡିଏ ।  ଜବରଦଖଲକୁ ଉଚ୍ଛେଦ କରିବ ବିଡିଏ । ଏନେଇ ବିଡିଏ ଘୋଷଣା ବି କରିସାରିଛି । କିନ୍ତୁ ଏବେବି ଆତ୍ମଘୋଷିତ ବାବା କାଶୀନାଥଙ୍କ ଦେଖାମିଳୁନାହିଁ । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ବହୁ ବର୍ଷ ଧରି ସରକାରୀ ଜମିକୁ ହଡପ କରି ବୈକୁଣ୍ଠ ଧାମ ଆଶ୍ରମ କରିଥିଲେ ବାବା କାଶୀନାଥ ।

ପୁଅକୁ କଳକୀ ଅବତାର ସଜେଇ ଲୋକଙ୍କୁ ଭୁତାଇ ଚାଲିଥିଲେ ବାବା କାଶୀନାଥ ।  ଆଶ୍ରମ ଆଳରେ ବହୁ ଅନ୍ୟାୟ ହୋଇଥିବାରୁ ଆଶ୍ରମକୁ ଭଙ୍ଗା ଯିବା ଉଚିତ ବୋଲି ଅନେକ ଯୁକ୍ତି ବାଢିଛନ୍ତି । ଜବରଦଖଲ ଉଛେଦ ପାଇଁ ବିଡିଏ ପୂର୍ବରୁ ସଜବାଜ ହୋଇଥିଲା । ମାଇକରେ ଘୋଷଣା ବି କରିଥିଲା । କିନ୍ତୁ ହାଇକୋର୍ଟରେ ମିଛ ତଥ୍ୟ ଦେଇ ଜବରଦଖଲ ଉଛେଦ ଉପରେ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ରହିତାଦେଶ ଉଠାଇବା ପରେ ପୁଣି ଥରେ ଆଶ୍ରମ ଭାଙ୍ଗିବାକୁ ପ୍ରସ୍ତୁତ ହୋଇସାରିଛି ବିଡିଏ । ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ଘୋଷଣା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ