Masthead

ଖଣ୍ଡଗିରିର ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରେ ବୁଲିବ ବୁଲଡୋଜର

ଭୁବନେଶ୍ୱର (ବଡ଼ଖବର ବ୍ୟୁରୋ): ଆଜି ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ । ଆଜି ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି BDA। ଏନେଇ ମାଇକ୍ ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି। ବୈକୁଣ୍ଠ ଧାମ ଆଶ୍ରମରେ ଆଉ ଚାଲିବନାହିଁ ଆତ୍ମଘୋଷିତ ବାବା କାଶୀନାଥଙ୍କ ଦରବାର ।  ଧର୍ମ ନାଁରେ ଆଉ ଠକିପାରିବେ ନାହିଁ ବାବା କାଶୀନାଥ । ବେଆଇନ ଭାବେ ସରକାରୀ ଜମି ଉପରେ ଗଢିଥିବା ସାମ୍ରାଜ୍ୟକୁ ମାଟିରେ ମିଶାଇବାକୁ ଯାଉଛି ବିଡିଏ ।  ଜବରଦଖଲକୁ ଉଚ୍ଛେଦ କରିବ ବିଡିଏ । ଏନେଇ ବିଡିଏ ଘୋଷଣା ବି କରିସାରିଛି । କିନ୍ତୁ ଏବେବି ଆତ୍ମଘୋଷିତ ବାବା କାଶୀନାଥଙ୍କ ଦେଖାମିଳୁନାହିଁ । ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ବହୁ ବର୍ଷ ଧରି ସରକାରୀ ଜମିକୁ ହଡପ କରି ବୈକୁଣ୍ଠ ଧାମ ଆଶ୍ରମ କରିଥିଲେ ବାବା କାଶୀନାଥ ।

ପୁଅକୁ କଳକୀ ଅବତାର ସଜେଇ ଲୋକଙ୍କୁ ଭୁତାଇ ଚାଲିଥିଲେ ବାବା କାଶୀନାଥ ।  ଆଶ୍ରମ ଆଳରେ ବହୁ ଅନ୍ୟାୟ ହୋଇଥିବାରୁ ଆଶ୍ରମକୁ ଭଙ୍ଗା ଯିବା ଉଚିତ ବୋଲି ଅନେକ ଯୁକ୍ତି ବାଢିଛନ୍ତି । ଜବରଦଖଲ ଉଛେଦ ପାଇଁ ବିଡିଏ ପୂର୍ବରୁ ସଜବାଜ ହୋଇଥିଲା । ମାଇକରେ ଘୋଷଣା ବି କରିଥିଲା । କିନ୍ତୁ ହାଇକୋର୍ଟରେ ମିଛ ତଥ୍ୟ ଦେଇ ଜବରଦଖଲ ଉଛେଦ ଉପରେ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ରହିତାଦେଶ ଉଠାଇବା ପରେ ପୁଣି ଥରେ ଆଶ୍ରମ ଭାଙ୍ଗିବାକୁ ପ୍ରସ୍ତୁତ ହୋଇସାରିଛି ବିଡିଏ । ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ଘୋଷଣା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ