Masthead

ଶିକ୍ଷକ ହେଲେ ହଟହଟା

ଜଗନ୍ନାଥପ୍ରସାଦ, (ବଡ଼ ଖବର ବ୍ୟୁରୋ): ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଅବିଭାବକଙ୍କ ବିରୋଧ । ରାଜ୍ୟରେ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ପାଇଁ ନିସ୍ପତ୍ତି ନେଇଛନ୍ତି ସରକାର । ସରକାରୀ ନିଷ୍ପତ୍ତି ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଜଗନ୍ନାଥପ୍ରସାଦ ବ୍ଲକ ଜିରାବାଡି ପଞ୍ଚାୟତ ଲେପା ସରକାରୀ ପ୍ରାଥମିକା ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରସାଶନ । ଯାହାକୁ ବିରୋଧ କରି ଧାରଣାରେ ବସିଛନ୍ତି ଅବିଭାବକ । ୧୯୯୫ ମସିହାରେ ନିର୍ମିତ ଏହି ସ୍କୁଲରେ ଛାତ୍ରଛାତ୍ରୀ କମ ଥିବାରୁ ଏହାକୁ ଜିରାବାଡି ସ୍କୁଲ ସହ ମିଶାଇବା ପାଇଁ ନିଷ୍ପତ୍ତି ନେଇଛି ପ୍ରସାଶନ । ଆଜି କାଗଜପତ୍ର କାମ ପାଇଁ ପ୍ରଧାନଶିକ୍ଷକ ପ୍ରସାନ୍ତ କୁମାର ସେଠୀ ଓ ସହକାରୀ ଶିକ୍ଷକ ଭୀମସେନ ପ୍ରଧାନ ପହଁଚିଥିଲେ । ଖବର ପାଇ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ସହ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ଶିକ୍ଷକ ଦ୍ୱୟ ଘଟଣା ସମ୍ପର୍କରେ ଏବିଇଓଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏବିଇଓ କିଛି କରିପାରିବେନି କହି ହାତ ଟେକିଦେଇଥିଲେ । ପରେ ଶିକ୍ଷକ ଦ୍ୱୟ ସେଠାରୁ ଫେରିଯାଇଥିଲେ । ଏନେଇ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?