୭ ପ୍ରବାସୀ ଶ୍ରମିକ ଉଦ୍ଧାର

କୋକସରା, (ବଡ଼ ଖବର ବ୍ୟୁରୋ): ୮୦ ହଜାର ଟଙ୍କାରେ ବନ୍ଧା ପଡ଼ିଥିଲେ ଦୁଇ ଶ୍ରମିକ। ଟଙ୍କା ଲାଗି ସହିବାକୁ ପଡୁଥିଲା ଅସହ୍ୟ ଅତ୍ୟାଚାର। କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରୁ ଦୁଇ ଶ୍ରମିକ ମଧ୍ୟପ୍ରଦେଶରେ ଦାଦନ ଖଟୁଥିଲେ। ଟଙ୍କା ଲାଗି ଠିକାଦାର ସେମାନଙ୍କୁ ଶୋଷଣ କରୁଥିବା ପରିବାର ଲୋକେ ଜାଣିପାରିଥିଲେ। ଏନେଇ ପରିବାର ଲୋକେ କୋକସରା ପୋଲିସକୁ ଜଣାଇଥିଲେ। ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଏହି ଦୁଇ ଶ୍ରମିକଙ୍କ ସହ ଆଉ ୫ଜଣଙ୍କୁ ମଧ୍ୟ ଉଦ୍ଧାର କରିଛି। ଶୁକ୍ରବାର ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାସୁଦେବ ଛତ୍ରିଆ।

ଅଭିଯୋଗ ଅନୁଯାୟୀ, କୋକସରା ଥାନା ଛତାଗୋଇରା ଗ୍ରାମର କୃଷ୍ଣ ଦୁର୍ଗା ନାମକ ଜଣେ ବ୍ୟକ୍ତି ଇନ୍ଦୋରର ଜଣେ ବୋରିଂ ଠିକାଦାର ପାଖରେ ୮୦ ହଜାର ଟଙ୍କାରେ ଦୁଇ ଭାଇଙ୍କୁ ବନ୍ଧା ପକାଇ ନାନା ନିର୍ଯାତନା ଦେଉଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପରେ କୋକସରା ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏଏସଆଇ ଜନ୍ମେଜୟ ବାଗଙ୍କ ନେତୃତ୍ୱରେ ଏହି ଟିମ୍ ମଧ୍ୟପ୍ରଦେଶର ରତଲମ୍ ଜିଲ୍ଲାରେ ପହଞ୍ଚିଥିଲା। ସେଠାରୁ ୭ଜଣ ଶ୍ରମିକଙ୍କୁ ବୋରିଂ ଠିକାଦାର ପାଖରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ କୋକସରା ଥାନା ଅଧୀନ ରଏନଗୁଡ଼ାର ହୋଇଥିବା ବେଳେ ପାଞ୍ଚଜଣ ଆମପାଣି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!