Masthead

ପୁଣି ହେବ କି ଲକଡାଉନ୍?

କଟକ, (ବଡ଼ ଖବର ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଛି। କିନ୍ତୁ ଆମ ଦେଶର ଲୋକମାନେ ଖୋଲାଖୋଲି ଭାବରେ ଅସାବଧାନତା ଅବଲମ୍ବନ କରୁଛନ୍ତି। ଶୀତଦିନେ କରୋନାର ଦ୍ୱିତୀୟ ୱେଭ ପୂରା ବିଶ୍ୱକୁ ପୁଣି ଥରେ ଘାଣ୍ଟିବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିପାଇଁ ଆମେ ପ୍ରସ୍ତୁତି କରିବା ଦୂର କଥା, ଏ ବିଷୟରେ ଚିନ୍ତା କରିବାକୁ ମଧ୍ୟ ପସନ୍ଦ କରୁନାହୁଁ। ଏହି ଅବହେଳା ଏକ ଭୟଙ୍କର ଘଟଣାକୁ ଆମନ୍ତ୍ରଣ କରୁନାହିଁ ତ?
ସୂଚନା ଅନୁଯାୟୀ, କରୋନାର ଦ୍ୱିତୀୟ ୱେଭ ଆସିବା ହେତୁ ଦୁନିଆର ଅନେକ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଫ୍ରାନ୍ସ ଏବଂ ବେଲଜିୟମରେ ତାଲା ପଡ଼ିଛି। ରୋଗୀଙ୍କ ପାଇଁ ଶଯ୍ୟା ନାହିଁ। ଆଇସିୟୁ ପୂର୍ଣ୍ଣ ହୋଇଛି। ଇଂଲଣ୍ଡରେ ପୁଣି ଗୋଟିଏ ମାସ ଲକଡାଉନ୍ ହେବାକୁ ଯାଉଛି। ଆମେରିକାରେ ଦିନକୁ ଏକ ଲକ୍ଷରୁ ଅଧିକ ନୂଆ ମାମଲା ଚିହ୍ନଟ ହେଉଛି। ସମସ୍ତେ ବିଶ୍ୱାସ କରନ୍ତି ଯେ ଶୀତଦିନେ ପୁଣି ଥରେ କରୋନା ବିସ୍ତାର ହେବ। ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କହିଥିଲେ ଯେ ଶୀତଦିନେ କରୋନା ମାମଲା ବଢ଼ିପାରେ। ଟିକା କେବେ ଆସିବ ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଆସିନି। ଯଦି କରୋନାର ଦ୍ୱିତୀୟ ୱେଭ ଭାରତକୁ ଆସିବ, ତେବେ ଆମେ ଏହା ପାଇଁ ପ୍ରସ୍ତୁତ ଅଛୁ କି? ଅତ୍ୟଧିକ ସଂକ୍ରମଣ ପାଇଁ ଆଉ ଡାକ୍ତରଖାନା ପ୍ରସ୍ତୁତ ନାହିଁ। ଏଭଳି ପରିସ୍ଥିତିରେ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବା ଅସମ୍ଭବ ମନେହେଉଛି। ଯଦି ଭବିଷ୍ୟତରେ ପୂର୍ବପରି କିଛି ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ ତେବେ ସରକାର ସଂକ୍ରମଣକୁ ଏଡ଼ାଇବା ପାଇଁ ଲକଡାଉନ କଥା ଚିନ୍ତା କରିବା କିଛି ବିଚିତ୍ର ଲାଗୁନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼